fbpx

Bank of Baroda ଶସ୍ତାରେ ଘର ବିକ୍ରି କରୁଛି, ଜାଣନ୍ତୁ କେବେ ହେବ ଏହି ନିଲାମୀ ପ୍ରକ୍ରିୟାର ଶୁଭାରମ୍ଭ

ନୂଆଦିଲ୍ଲୀ: ଯଦି ଆପଣ ଶସ୍ତାରେ ଘର କିଣିବାକୁ ଚାହୁଁଥାନ୍ତି, ତେବେ ବ୍ୟାଙ୍କ ଅଫ୍ ବରୋଦା (ବିଓବି) ଏକ ଖାସ୍ ଅଫର୍ ଲଞ୍ଚ କରିଛି । ବିଓବି ପ୍ରପର୍ଟି ନିଲାମ କରିବାକୁ ଯାଉଥିବାରୁ ଏହି ଅଫର ମାଧ୍ୟମରେ ଆପଣ ଶସ୍ତାରେ ଘର କିଣିବାର ସୁଯୋଗ ପାଇପାରିବେ । ତେବେ ଏହି ନିଲାମୀ ପ୍ରକ୍ରିୟା ଆସନ୍ତା ୮ ତାରିଖରୁ ଶୁଭାରମ୍ଭ ହେବାକୁ ଯାଉଛି । ତେବେ ଇଣ୍ଡିଆନ ବ୍ୟାଙ୍କସ୍ ଅକସନସ୍ ମର୍ଟଗେଜଡ୍ ପ୍ରପର୍ଟିଜ୍ ଇନଫରମେସନ୍ (ଆଇବିଏପିଆଇ) ପକ୍ଷରୁ ଏନେଇ ସବିଶେଷ ବିବରଣୀ ପ୍ରଦାନ କରାଯାଇଛି ।

ତେବେ ବିଓବିର ଏହି ନିଲାମୀ ପ୍ରକ୍ରିୟା ମାଧ୍ୟମରେ ଆପଣ ରେସିଡେନ୍ସିଆଲ୍, କମର୍ସିଆଲ, ଇଣ୍ଡଷ୍ଟ୍ରିଆଲ, ଏଗ୍ରିକଲଚର ପ୍ରପର୍ଟି ପାଇପାରିବେ । ଏନେଇ ବିଓବିର ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ ସୂଚନା ଦିଆଯାଇଛି । ଏଥିରେ ଆବାସିକ ଓ ବାଣିଜ୍ୟିକ ସଂପତ୍ତିର ଇ-ନିଲାମୀ କରାଯାଉଥିବାରୁ ଆପଣ ଉଚିତ ମୂଲ୍ୟ ଦେଇ ପ୍ରପର୍ଟି କିଣିପାରିବେ । ତେବେ ବିଓବିର ଇ-ଅକ୍ସନ ପାଇଁ ଇଚ୍ଛୁକ ବିଡରଙ୍କୁ ର e Bkray ପୋର୍ଟାଲ https://ibapi.in/ କୁ ଯାଇ ରେଜିଷ୍ଟ୍ରେସନ କରିବାକୁ ପଡ଼ିବ । ଏହି ପୋର୍ଟାଲରେ ‘ବିଡର୍ସ ରେଜିଷ୍ଟ୍ରେସନ’ ଉପରେ କ୍ଲିକ କରିବା ପରେ ମୋବାଇଲ ନମ୍ବର ଓ ଇ-ମେଲ ଆଇଡି ଜରିଆରେ ରେଜିଷ୍ଟ୍ରସନ କରିବାକୁ ହୋଇଥାଏ । ବିଡରଙ୍କୁ କେୱାଇସି ଡକ୍ୟୁମେଣ୍ଟ ଅପଲୋଡ୍ କରିବାକୁ ପଡ଼ିଥାଏ । କେୱାଇସି ଡକ୍ୟୁମେଣ୍ଟ ଇ-ନିଲାମୀ ସର୍ଭିସ ପ୍ରୋଭାଇଡରଙ୍କ ଦ୍ୱାରା ଭେରିଫାଏ କରାଯିବା ସହ ଏହି ପ୍ରକ୍ରିୟା ସମାପ୍ତ ହେବା ପାଇଁ ୨ ଦିନ ଲାଗିଥାଏ।

Get real time updates directly on you device, subscribe now.