fbpx

ଏବେ କେବଳ ଭଗବାନ ହିଁ ଭରସା: ଶିଶୁକନ୍ୟାର ସ୍ୱାସ୍ଥ୍ୟାବସ୍ଥା ସଙ୍ଗୀନ, ରକ୍ତସ୍ରାବ ସାଙ୍ଗକୁ ଗ୍ୟାସ ଜମୁଛି, ଆଖି ଖୋଲୁନି କି ଖାଦ୍ୟ ଗ୍ରହଣ କରୁନି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୧୨ ତାରିଖରେ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଅଞ୍ଚଳର ଲରିପାଲି ଜଙ୍ଗଲର ଏକ ପରିତ୍ୟକ୍ତ ନଳକୂପରୁ ଉଦ୍ଧାର ହୋଇଥିବା ନବଜାତକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ପାଖାପାଖି ୮ ଘଣ୍ଟାର ସଂଘର୍ଷ ପରେ ପୋଲିସ, ଓଡ୍ରାଫ ଓ ଅଗ୍ନିଶମ ବାହିନୀ ୨୫ ଫୁଟ ବୋରୱେଲ ଭିତରୁ ଶିଶୁଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ୬ ଇଞ୍ଚର ଲୁହା ପାଇପ୍ ଭିତରେ ଗୋଟିଏ ୨ ଦିନର ନବଜାତ ଶିଶୁ କେମିତି ବଞ୍ଚିପାରିଲା ତାହା ସମସ୍ତଙ୍କୁ ଚକିତ କରିଦେଇଥିଲା ।

ତେବେ ଜଣେ ମହିଳା ଉକ୍ତ ନବଜାତକୁ ଜନ୍ମ ଦେବା ପରେ ଝିଅ ହୋଇଥିବାରୁ ତାକୁ ବୋରୱେଲ ଭିତରେ ଫୋପାଡ଼ି ଦେଇ ଚାଲିଯାଇଥିଲେ । ଜଣେ ମାଆଙ୍କ ପାଇଁ ଆଜି ଗୋଟିଏ ସରଳ, ନିଷ୍ପାପ ଶିଶୁ ମେଡିକାଲ ବେଡରେ ପଡ଼ି ମୃତ୍ୟୁ ସହ ଲଢ଼େଇ କରୁଛି । ଅଦ୍ଭୁତ ଶକ୍ତି ଏହି ନିରୀହ ଶିଶୁକୁ ବଞ୍ଚାଇଥିବା ନେଇ ଏବେ ଲୋକମାନେ ଚର୍ଚ୍ଚା କରୁଛନ୍ତି । ଏବେ ବି ଉକ୍ତ ନବଜାତର ଜୀବନ ଉପରୁ ଆଶଙ୍କା ହଟି ନାହିଁ । ଶିଶୁକନ୍ୟାକୁ ବୁର୍ଲା ସ୍ଥିତ ଭିମସାର ନବଜାତ ଗହନ ଚିକିତ୍ସା ୟୁନିଟ (ଏନଏନସିୟୁ)ରେ ଭର୍ତ୍ତି କରଯିବାର ଏହା ମଧ୍ୟରେ ୩ ଦିନ ବିତିଗଲାଣି । ଶିଶୁଟି ସଂକ୍ରମଣ ଶିକାର ହୋଇଥିବାରୁ ସେ ବାହାରକୁ ସୁସ୍ଥ ଜଣାପଡ଼ୁଥିଲେ ବି ଶରୀରର ଅବସ୍ଥା ଜଟିଳ ରହିଥିବା ଡାକ୍ତରମାନେ ସୂଚନା ଦେଇଛନ୍ତି ।

ତେବେ ଶିଶୁକନ୍ୟାର ସ୍ୱାସ୍ଥ୍ୟାବସ୍ଥାର ସ୍ଥିତି ଯଦି ଏପରି ଜାରି ରୁହେ, ତେବେ ଆବଶ୍ୟକ ପଡ଼ିଲେ ତାକୁ ଅନ୍ୟନ୍ତ ସ୍ଥାନାନ୍ତର କରାଯିବାର ସମ୍ଭାବନା ରହିଛି । ଆଜି ପୁଣି ଥରେ ତା’ର ଅଲଟ୍ରାସାଉଣ୍ଡ କରାଯିବ । ବୋରୱେଲରେ ପଡ଼ିବା ଫଳରେ ଶିଶୁଟିକୁ ବାହ୍ୟ ଆଘାତ ଲାଗିଥିବା ସ୍ପଷ୍ଟ ହୋଇଛି । ମାତ୍ର ଆଭ୍ୟନ୍ତରର ସ୍ଥିତି କିପରି ରହିଛି ତାହା ଜାଣିବା ପାଇଁ ସିଟି ସ୍କାନ କି ଲେଜର ପରୀକ୍ଷା କରାଯିବ । ତେବେ ଶିଶୁଟି ବର୍ତ୍ତମାନ ଖାଦ୍ୟ ଗ୍ରହଣ କରୁନଥିବା ବେଳେ ଆଖି ମଧ୍ୟ ଖୋଲୁ ନାହିଁ । ତେଣୁ ତାକୁ ଯଥାଶୀଘ୍ର ଆରୋଗ୍ୟ କରିବା ପାଇଁ ଡାକ୍ତରୀ ଟିମ୍ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି ।

Get real time updates directly on you device, subscribe now.