ହୋଲି ପୂର୍ବରୁ ଘରକୁ ଅବଶ୍ୟ ଆଣନ୍ତୁ ଏହି ୩ଟି ଜିନିଷ, ସୁଖ-ସମୃଦ୍ଧିର ହେବ ପ୍ରବେଶ

ବାସ୍ତୁ ଟିପ୍ସ: ହୋଲି ପୂର୍ବରୁ ଘରକୁ ଆଣନ୍ତୁ ଏହି ଜିନିଷ, ସୁଖ-ସମୃଦ୍ଧି ସହ ଘରକୁ ଆଗମନ ହେବ ଟଙ୍କା

ଓଡ଼ିଶା ଭାସ୍କର: ହୋଲି ପର୍ବ ଫାଲଗୁନ ମାସରେ ପାଳନ କରାଯାଏ। ହିନ୍ଦୁ ଧର୍ମରେ ଏହି ପର୍ବର ବିଶେଷ ମହତ୍ତ୍ୱ ରହିଛି। ଏହି ପର୍ବ ବସନ୍ତ ଋତୁର ଆଗମନର ସଂକେତ ଦେଇଥାଏ ଏବଂ ଏହା ଖରାପ ଉପରେ ବିଜୟର ପର୍ବ ହୋଇଥାଏ।

ତେବେ ଜ୍ୟେତିଷ ଶାସ୍ତ୍ର ଅନୁଯାୟୀ, ଏହି ପର୍ବ ପୂର୍ବରୁ ଘରକୁ ଏହି ୩ ପ୍ରକାରର ଶୁଭ ଜିନିଷ ଅବଶ୍ୟ ଆଣନ୍ତୁ। ଘରକୁ ସୁଖ-ସମୃଦ୍ଧି ସହ ଫେରିଆସିବ ଶାନ୍ତି। ଆସନ୍ତୁ ଜାଣିବା ସେହି ୩ଟି ଜିନିଷ ବିଷୟରେ..

ତୁଳସୀ ଗଛ: ହୋଲି ପୂର୍ବରୁ ତୁଳସୀକୁ ଘରକୁ ଆଣିବା ଦ୍ୱାରା ମାଆ ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ। ଘରକୁ ସୁଖ-ସମୃଦ୍ଧି ଆସିଥାଏ। ଏହା ନକରାତ୍ମକ ପ୍ରଭାବକୁ ଦୂର କରିଥାଏ। ଏହାକୁ ଘରକୁ ଆଣି ପୂଜା କରନ୍ତୁ। ଏହା କରିବା ଦ୍ୱାରା ସୁଖ-ସୌଭାଗ୍ୟର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ।

ସ୍ପଷ୍ଟିକ ଶ୍ରୀଯନ୍ତ୍ର: ଶ୍ରୀଯନ୍ତ୍ର ଦେବୀ ଲକ୍ଷ୍ମୀଙ୍କ ପ୍ରତୀକ। ସ୍ପଟିକର ଶ୍ରୀଯନ୍ତ୍ର ସ୍ଥାପନା କରିବା ଦ୍ୱାରା ଧନ ଏବଂ ସମୃଦ୍ଧି ପ୍ରାପ୍ତ ହୋଇଥାଏ। ହୋଲିର ଉତ୍ସବ ଖୁସି ଏବଂ ସମୃଦ୍ଧିର ପ୍ରତୀକ ଅଟେ, ଏଥିପାଇଁ ଏହି ସମୟ ଶ୍ରୀଯନ୍ତ୍ର ଆଣିବା ଆହୁରି ଶୁଭ ହୋଇଥାଏ।

ଆପଣ ହୋଲି ପୂର୍ବରୁ ଶୁକ୍ରବାର ଦିନ ଶ୍ରୀଯନ୍ତ୍ର ଘରକୁ ଆଣନ୍ତୁ। ଏଥିସହ ବିଧି-ବିଦାନ ସହ ପୂଜା-ପାଠ କରନ୍ତୁ। ଏହାପରେ ଏହାକୁ ପୂଜା କରନ୍ତୁ।

ମୟୂର ପର: ବାସ୍ତୁ ଶାସ୍ତ୍ର ଅନୁସାରେ, ମୟୂର ପର ବାସ୍ତୁ ଦୋଷ ଦୂର କରେ। ଏହାକୁ ଘରର ମୁଖ୍ୟ ଦ୍ୱାରରେ ଲଗାନ୍ତୁ। ମୟୂର ପରକୁ ଧନ ଏବଂ ସମୃଦ୍ଧିର ପ୍ରତୀକ ବୋଲି କୁହାଯାଇଥାଏ। ଏହାକୁ ଘରର ଆଲମିରାରେ ମଧ୍ୟ ରଖନ୍ତୁ। ଏହା କରିବା ଦ୍ୱାରା ଘରେ ସକରାତ୍ମକତା, ସମୃଦ୍ଧି ଏବଂ ଶାନ୍ତି ଆସିଥାଏ।