fbpx

ଗୋପନରେ ବାହାହେଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍: ଉତ୍ସବରେ ସାମିଲ ହେଲେ ମାତ୍ର ୩୦ ଜଣ ଅତିଥି

ଲଣ୍ଡନ: : କରୋନା କାଳରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସେ ତାଙ୍କର ମଙ୍ଗେତର କ୍ୟାରି ସାଇମଣ୍ଡସଙ୍କୁ ଗୋପନରେ ବିବାହ କରିଥିବା ଜଣାପଡ଼ିଛି । ଏହି ଅବସରରେ ୱେଷ୍ଟମିନଷ୍ଟର କ୍ୟାଥେଡ୍ରଲରେ ଏକ ଉତ୍ସବରେ ଆୟୋଜନ କରାଯାଇଥିଲା । ତେବେ ପ୍ରଧାନମନ୍ତ୍ରୀଙ୍କ ଅଫିସର ମହିଳା ପ୍ରବକ୍ତା ଏବେ ନେଇ କୌଣସି ଟିପ୍ପଣୀ ଦେବାକୁ ମନା କରିଦେଇଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ସମସ୍ତ ଅତିଥିମାନଙ୍କୁ ଶେଷ ମୁହୂର୍ତ୍ତରେ ବିବାହ ପାଇଁ ନିମନ୍ତ୍ରଣ ପଠାଯାଇଥିଲା । ଏପରିକି ଜନସନଙ୍କ ଅଫିସର ବରିଷ୍ଠ ଅଧିକାରୀମାନେ ବିବାହ ବିଷୟରେ ସୁରାକ ପାଇ ପାରିନଥିଲେ । କୋଭିଡ୍-୧୯ କାରଣରୁ ଏହି ବିବାହ ଉତ୍ସବରେ ମାତ୍ର ୩୦ ଜଣ ଅତିଥି ସାମିଲ୍ ହୋଇଥିଲେ । ୫୬ ବର୍ଷୀୟ ବୋରିସ ୨୦୧୯ରେ ପ୍ରଧାନମନ୍ତ୍ରୀ ହେବା ପରେ ଡାଉନିଙ୍ଗ ଷ୍ଟ୍ରିଟରେ ନିଜ ୩୩ ବର୍ଷୀୟା ମଙ୍ଗେତର କ୍ୟାରିଙ୍କ ସହ ଆସୁଥିଲେ । ଗତବର୍ଷ ଉଭୟେ ରିଲେସନସିପକୁ ନେଇ ଘୋଷଣା କରିଥିଲେ । ୨୦୨୦ ଏପ୍ରିଲ ମାସରେ ସେମାନଙ୍କର ୱିଲଫ୍ରେଡ ଲ୍ୟାରି ନିକୋଲସ ଜନସନ ନାମରେ ଏକ ପୁତ୍ର ଜନ୍ମ ହୋଇଥିଲା ।

Get real time updates directly on you device, subscribe now.