fbpx

ବ୍ରିଟେନରୁ ଫେରିଲେ ଘରେ ସଙ୍ଗରୋଧ

ନୂଆଦିଲ୍ଲୀ: ବ୍ରିିଟେନରୁ ଫେରିଲେ ଗୃହ ସଙ୍ଗରୋଧ ବାଧ୍ୟତାମୂଳକ କଲେ କେନ୍ଦ୍ର ସରକାର । ଭାରତ ପହଞ୍ଚିବା ପରେ ୧୦ ଦିନ ପର୍ଯ୍ୟନ୍ତ ହୋମ ଆଇସୋଲେସନରେ ରହିବାକୁ ହେବ । ସଙ୍ଗରୋଧର ଅଷ୍ଟମ ଦିନରେ ଆରଟିପିସିଆର ପରୀକ୍ଷା କରାଇବାକୁ ପଡ଼ିବ । ଆହୁରି ମଧ୍ୟ, ଭାରତ ଆସୁଥିବା ବ୍ରିଟିଶ ନାଗରିକ ପହଞ୍ଚିବା ମାତ୍ରେ ହିଁ କୋଭିଡ ପରୀକ୍ଷା କରାଇବାକୁ ହେବ । ଦୁଇ ଡୋଜ୍ ଟିକା ନେଇଥିଲେ ବି ପରୀକ୍ଷା କରାଇବେ ବ୍ରିଟିଶ ନାଗରିକ । ଅକ୍ଟୋବର ୪ରୁ ଲାଗୁ ହେବ ଏହି ନିୟମ ।

Get real time updates directly on you device, subscribe now.