(Video) ଷଣ୍ଢର ତାଣ୍ଡବ ଦେଖି ଦୌଡ଼ିଲେ ଲୋକ, ଫଙ୍କଶନରେ ଡେଇଁ ଡେଇଁ ଅନ୍ୟମାନଙ୍କୁ କଲା ବେହାଲ୍
ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ । ଫଙ୍କଶନ ବିଗାଡ଼ିଲା ଷଣ୍ଢ ।
ଓଡ଼ିଶା ଭାସ୍କର: ସୋସିଆଲ ମିଡିଆରେ ନାନା ପ୍ରକାର ଭିଡିଓ ଭାଇରାଲ ହେବାରେ ଲାଗିଛି । ବର୍ତ୍ତମାନ ସମୟରେ ଏକ୍ସରେ ଏକ ଭିଡିଓ ଖୁବ୍ ପ୍ରସାର ହେବାରେ ଲାଗିଛି, ଯାହାକୁ ଦେଖିଲେ ଆପେ ଆପେ ହସ ବାହାରିଯାଉଛି ।
ଫ୍ୟାମିଲି ଫଙ୍କଶନ ବେଳର ଏ ଘଟଣା । ପରିବାର, ବନ୍ଧୁ ବର୍ଗ ଲାଉଡ୍ ମ୍ୟୁଜିକ୍ ଲଗେଇ ନାଚୁଥିବାବେଳେ ସେଠାରେ ଯାଇ ପହଞ୍ଚିଥିଲା ବିରାଟ ଷଣ୍ଢ । ସେଠାରେ ମ୍ୟୁଜିକ୍ ଶୁଣିବା, ନାଚ କିଛି ସମୟ ଛିଡ଼ା ହୋଇ ଦେଖିବା ପରେ ହଠାତ୍ ଷଣ୍ଢ ଗହଳି ଭିତରେ ଡେଇଁବା ଆରମ୍ଭ କଲେ ।
ଷଣ୍ଢର ତାଣ୍ଡବଦେଖି ସେଠାରେ ଉପସ୍ଥିତ ଲୋକମାନେ ଦୌଡ଼ିବା ଆରମ୍ଭ କଲେ । ଯିଏ ଯୁଆଡେ ପାଇଲେ ଜୀବନ ବଞ୍ଜାଇ ଧାଇଁବା ଆରମ୍ଭ କଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ବର୍ତ୍ତମାନ ସୁଦ୍ଧା ଭିଡିଓଟିକୁ ୨,୪୩,୦୦୦ରୁ ଅଧିକ ଲୋକ ଦେଖିସାରିଥିବାବେଳେ ୨୩୦ ଜଣ ରିପୋଷ୍ଟ କରିସାରିଛନ୍ତି । ଭିଡିଓ ଦେଖି ଅନେକ ମଜାଳିଆ କମେଣ୍ଟ ମଧ୍ୟ ଦେଇଛନ୍ତି ।
Panic at the disco after a Bull attack:
pic.twitter.com/KHhySUOgSC— Ghar Ke Kalesh (@gharkekalesh) May 13, 2025