fbpx

ପ୍ରଥମ ଦିନରେ ଚମକିଲେ ବୁମରା ଓ ଶାମି, ଇଂଲଣ୍ଡ ୧୮୩ ରେ ଅଲଆଉଟ୍, ଭାରତ ୨୧/୦

Advertisement

ନୂଆଦଲ୍ଲୀ : ବୋଲରଙ୍କ ଦମରେ ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ରେ ଭାରତ ଦମଦାର ଆରମ୍ଭ କରିଛି। ନର୍ଟିଂହାମରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଇଂଲଣ୍ଡ ୧୮୩ ରନର ଅଲଆଉଟ୍ ହୋଇଛି। ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ଭାରତ ବିନା ଓ୍ଵିକେଟ୍ରେ ୨୧ ରନ କରିଛି। ରୋହିତ ଶର୍ମା ଓ କେଏଲ ରାହୁଲ ଉଭୟ ୯ ରନ କରି କ୍ରିଜରେ ଅପରାଜିତ ଅଛନ୍ତି। ଦ୍ଵିତୀୟ ଦିନ ଭାରତୀୟ ବ୍ୟାଟସମ୍ୟାନଙ୍କ ଉପରେ ସଭିଙ୍କ ନଜର ରହିବ। ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ଅଧିନାୟକ ଜୋ ରୁଟଙ୍କ ୬୪ ରନ ଇନିଂସ ବଳରେ ୧୮୩ ରନ କରିବାକୁ ସକ୍ଷମ ହୋଇଛି। ରୁଟଙ୍କ ବାଦ୍ ଦେଲେ ଅନ୍ୟ କୌଣସି ବ୍ୟାଟସମ୍ୟାନ କ୍ରିଜରେ ଅଧିକ ସମୟ ତିଷ୍ଠି ପାରିନଥିଲେ। ଯଶପ୍ରୀତ ବୁମରା ୪ ଓ ମହମ୍ମଦ ଶାମି ୩ ଓ୍ଵିକେଟ୍ ନେଇ ଘରୋଇ ଦଳର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ଭାରତ ଏବେ ସୁଦ୍ଧା ୧୬୨ ରନ ପଛରେ ରହିଛି।

Get real time updates directly on you device, subscribe now.