fbpx

ନିର୍ବାଚନ ଆୟୋଗର ଘୋଷଣା: ୩ ଲୋକସଭା ଓ ୩୦ ବିଧାନସଭା ଆସନ ପାଇଁ ୩୦ ଅକ୍ଟୋବରରେ ହେବ ଉପ-ନିର୍ବାଚନ, ଦେଖନ୍ତୁ ଲିଷ୍ଟ୍

ନୂଆଦିଲ୍ଲୀ: ଦେଶରେ ଖାଲିପଡ଼ିଥିବା ୩ ଲୋକସଭା ଆସନ ଓ ୩୦ ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ନିର୍ବାଚନ ଆୟୋଗ ଆଜି ଉପ-ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛି । ୩ ଲୋକସଭା ଓ ୩୦ ବିଧାନସଭା ଆସନରେ ଆଗାମୀ ୩୦ ଅକ୍ଟୋବରରେ ଉପ-ନିର୍ବାଚନ ହେବ । ନିର୍ବାଚନ ରେଜଲ୍ଟ ୨ ନଭେମ୍ବରକୁ ଆସିବ ।

ଯେଉଁ ୩ଟି ଲୋକସଭା ଆସନରେ ଉପ-ନିର୍ବାଚନ ହେବ, ସେଥିରେ ଦାଦ୍ରା ନଗର ହାବେଳୀ, ମଧ୍ୟପ୍ରଦେଶର ଖଣ୍ଡୱା ଓ ହିମାଚଳ ପ୍ରଦେଶର ମଣ୍ଡୀ ଆସନ ସାମିଲ ରହିଛି । ଏହା ବ୍ୟତୀତ ଆନ୍ଧ୍ର ପ୍ରଦେଶର ଗୋଟିଏ, ଆସାମର ୫, ବିହାରର ୨, ହରିୟାଣାର ୧, ହିମାଚଳ ପ୍ରଦେଶର ୩, କର୍ଣ୍ଣାଟକର ୨, ମଧ୍ୟପ୍ରଦେଶର ୩, ମହାରାଷ୍ଟ୍ରର ୧, ମେଘାଳୟର ୩, ନାଗାଲ୍ୟାଣ୍ଡର ୧, ରାଜସ୍ଥାନର ୨, ତେଲେଙ୍ଗାନାର ୧ ଓ ପଶ୍ଚିମବଙ୍ଗର ୪ଟି ବିଧାନସଭା ଆସନରେ ଉପ-ନିର୍ବାଚନ ହେବ ।

Get real time updates directly on you device, subscribe now.