fbpx

ଇମର୍ଜେନ୍ସିରେ ତତ୍କାଳ ଟିକେଟ୍ ନ ମିଳିଲେ ବି ଟ୍ରେନରେ ଯାତ୍ରା ସମ୍ଭବ, କ’ଣ ରହିଛି ରେଳବିଭାଗର ନିୟମ

ନୂଆଦିଲ୍ଲୀ:ଯଦି କୌଣସି ବ୍ୟକ୍ତିଙ୍କୁ ଅଚାନକ କେଉଁଠାକୁ ଯିବାକୁ ପଡିଲା ତେବେ ସେ ଟ୍ରେନ୍ ରେ ତତ୍କାଳ ଟିକେଟ୍ କରି ବାହାରି ପଡନ୍ତି । କିନ୍ତୁ ଯଦି ତତ୍କାଳ ବିକଳ୍ପ ବି ତାଙ୍କ ପାଇଁ ନାହିଁ ଏବଂ ତାଙ୍କ ପାଇଁ ଏହି ଯାତ୍ରା ବହୁତ ଜରୁରୀ ତେବେ ସେ ବିନା ଟିକେଟରେ କଣ ଟ୍ରେନ୍ ରେ ଯାତ୍ରା କରିପାରିବେ । ଏପରି ସ୍ଥିତିରେ ଯଦି ଟିଟିଇ ତାଙ୍କୁ ଧରି ନେବେ ତେବେ କଣ ତାଙ୍କୁ ଜେଲ୍ ହୋଇଯିବ ନା ଛାଡି ଦିଆଯିବ ଏହିପରି ଅନେକ ପ୍ରଶ୍ନ ଆପଣଙ୍କ ମନରେ ନିଶ୍ଚୟ ଉଙ୍କି ମାରୁଥିବ । ଏହି କ୍ରମରେ ଆଜି ଆମେ ଆପଣଙ୍କୁ ଟ୍ରେନରେ ବିନା ଟିକେଟରେ ଯାତ୍ରା କରିବାର ନିୟମ କଣ ରହିଛି ସେ ବିଷୟରେ କହିବାକୁ ଯାଉଛୁ ।

ଆପଣ ବିନା ଟିକେଟରେ ଟ୍ରେନ୍ ରେ ଯାତ୍ରା କରୁଥିଲେ ଆପଣଙ୍କୁ ରେଲୱେର କିଛି ନିୟମ ପାଳନ କରିବାକୁ ହେବ । ରେଳବିଭାଗର ଆଇନ ଅନୁଯାୟୀ ବିନା ଟିକେଟରେ ଟ୍ରେନରେ ଯାତ୍ରା କରିବା ଏକ ଅପରାଧ । କିନ୍ତୁ ଆପଣଙ୍କ୍ୁ ବାସ୍ତବରେ କୌଣସି ଜରୁରୀ କାମରେ ଯାତ୍ରା କରିବାକୁ ଅଛି ଓ ଆପଣଙ୍କ ପାଖରେ କନଫର୍ମ ଟିକେଟ ନାହିଁ ତେବେ ଆପଣ ପ୍ଲାଟଫର୍ମ ଟିକେଟ କିମ୍ବା ଜେନେରାଲ୍ ଟିକେଟରେ ଯାତ୍ରା କରିପାରିବେ । ଏଥିପାଇଁ ଆପଣ ପ୍ଲାଟଫର୍ମ ଟିକେଟ ନେଇ ଟ୍ରେନ୍ରେ ଯାଇ ଟିଟିଇଙ୍କୁ ଭେଟିବାକୁ ପଡିବ । ଆପଣଙ୍କୁ ଟିଟିଇଙ୍କୁ କହିବାକୁ ପଡିବ ଯେ ଆପଣ କେଉଁପର୍ଯ୍ୟନ୍ତ ଯାତ୍ରା କରିବେ । ଏପରି ସ୍ଥିତିରେ ଟିଟିଇ ଆପଣଙ୍କ ଟିକେଟ୍ କରିଦେବେ ଆଉ ଆପଣ ବିନା କୌଣସି ଭୟରେ ଟ୍ରେନ୍ ରେ ଯାତ୍ରା କରିପାରିବେ । ଏହି ପ୍ଲାଟଫର୍ମ ଟିକେଟ୍ ଆପଣଙ୍କୁ ଷ୍ଟେସନରେ ୧୦ ଟଙ୍କାରେ ହିଁ ମିଳିଯିବ ।

କିନ୍ତୁ ଧ୍ୟାନ ରଖିବେ ଯେ,ରିଜର୍ଭେସନ ଟିକେଟ୍ ନ ଥିବାରୁ ଆପଣଙ୍କୁ ୨୫୦ ଟଙ୍କା ଫାଇନ୍ ଓ ଯେଉଁଠାରୁ ଟ୍ରେନ୍ରେ ଚଢିଛନ୍ତି ସେଠାରୁ ଗନ୍ତବ୍ୟ ସ୍ଥଳ ପର୍ଯ୍ୟନ୍ତ ଯାତ୍ରୀ ଭଡା ଦେବାକୁ ହେବ । ଯଦି ଟ୍ରେନ୍ରେ ସିଟ୍ ଖାଲି ରହିଛି ତେବେ ଟିଟିଇ ଆପଣଙ୍କୁ ସିଟ୍ ଦେଇପାରିବେ । କାରଣ ଟିଟିଇଙ୍କ ନିକଟରେ ହ୍ୟାଣ୍ଡ ହୋଲ୍ଡ ମେସିନ୍ ରହିଛି ଯାହା ମାଧ୍ୟମରେ ସେ ଟ୍ରେନ୍ ଭିତରେ ବି ଯାତ୍ରୀଙ୍କୁ ଟିକେଟ୍ ଦେଇପାରିବେ ।

Get real time updates directly on you device, subscribe now.