କ୍ୟାମେରାକୁ ଚାହିଁ ଖତେଇ ହେଲେ ଟ୍ରୁଡୋ, ନିଜେ ଟେକି ନେଲେ ଚେୟାର
ଅଜବ ପରମ୍ପରା । ପାର୍ଲାମେଣ୍ଟରୁ ଚେୟାର ନେଇଗଲେ କାନାଡାର ବିଦାୟୀ ପ୍ରଧାନମନ୍ତ୍ରୀ ।
ଓଟାୱା: ଖୁସି ଖୁସିରେ ସଂସଦରୁ ବିଦାୟ ନେଲେ କାନାଡାର ବିଦାୟୀ ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ । ଟ୍ରୁଡୋ ବେଶ୍ ମଜାଳିଆ ଢଙ୍ଗରେ ସଂସଦରୁ ବାହାରକୁ ଯାଇଛନ୍ତି । ଯାହାର ଫଟୋ ଓ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।
ଭାଇରାଲ ହୋଇଥିବା ଫଟୋ ଅନୁସାରେ, ଟ୍ରୁଡୋ ସଂସଦରୁ ଏକ ଚେୟାର ଟେକି ନେଇଯାଉଥିବାର ଦେଖିବାକୁ ମିଳିଛି । ଏଥିସହ ସେ ପାର୍ଲାମେଣ୍ଟରେ ଲାଗିଥିବା କ୍ୟାମେରାକୁ ଚାହିଁ ଖତେଇ ହେଉଥିବାର ମଧ୍ୟ ଦେଖିବାକୁ ମିଳିଛି ।
କାନାଡାର ସାଂସଦୀୟ ପରମ୍ପରା ଅନୁଯାୟୀ, ଯେତେବେଳେ କୌଣସି ସାଂସଦ ପାର୍ଲାମେଣ୍ଟରୁ ବିଦା ହୁଅନ୍ତି, ସେ ନିଜ ଚେୟାର ନେବାର ପରମ୍ପରା ରହିଛି । ଟ୍ରୁଡୋଙ୍କ ଏ ପ୍ରକାର ବ୍ୟବହାରକୁ ଦେଖି ଟୋରୋଣ୍ଟର ରାଜନୈତିକ ସ୍ତମ୍ଭକାର ବ୍ରାୟଲ ଲିଲି କହିଛନ୍ତି ଯେ, ଟ୍ରୁଡୋଙ୍କ ବ୍ୟବହାର ଅଜବ ଲାଗିଲେ ସୁଦ୍ଧା ଆଗାମୀ ନିର୍ବାଚନକୁ ନେଇ ସେ ବଡ଼ ସଙ୍କେତ ଦେବାକୁ ଚେଷ୍ଟା କରିଥିବା କହିଛନ୍ତି ।
ଦେଶରେ ବଢ଼ୁଥିବା ଦରଦାମ୍ ଓ ଆବାସ ସଙ୍କଟ ପାଇଁ ଟ୍ରୁଡୋ ଜାନୁଆରୀ ୬ରେ ପ୍ରଧାନ ମନ୍ତ୍ରୀ ଓ ଲିବରାଲ ପାର୍ଟି ନେତା ପଦରୁ ଇସ୍ତଫା ଦେଇଥିଲେ । ଟ୍ରୁଡୋଙ୍କ ପରେ ରବିବାର ମାର୍କ କାର୍ନୀଙ୍କୁ ଲିବରାଲ ପାର୍ଟିର ନୂଆ ନେତା ଭାବେ ବଛା ଯାଇଛି ।