fbpx

ଆସନ୍ତା ୩ ବର୍ଷରେ ଭୟାବହ ରୂପ ନେବ କ୍ୟାନସର୍‌, ICMR ଦେଲା ଚେତାବନୀ, ଜାଣନ୍ତୁ କେଉଁ କାରଣରୁ ହୁଏ କ୍ୟାନସର

ନୂଆଦିଲ୍ଲୀ : ଆସନ୍ତା ତିନି ବର୍ଷ ମଧ୍ୟରେ ଦେଶରେ କର୍କଟ ରୋଗ ଦ୍ରୁତ ଗତିରେ ବୃଦ୍ଧି ପାଇବ। ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ଦ୍ୱାରା ଏହି ଦାବି କରାଯାଇଛି। ୨୦୨୫ ସୁଦ୍ଧା କର୍କଟ ରୋଗରେ ୧୨.୭ ପ୍ରତିଶତ ବୃଦ୍ଧି ହେବ ବୋଲି ଆଇସିଏମଆର ପୂର୍ବାନୁମାନ କରିଛି। ଗତ କିଛି ବର୍ଷ ମଧ୍ୟରେ ଭାରତରେ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। କର୍କଟ ରୋଗର ପରିସଂଖ୍ୟାନକୁ ଦୃଷ୍ଟିରେ ରଖି ବିଶେଷଜ୍ଞମାନେ ଏହା ଦାବି କରିଛନ୍ତି।

ଭାରତରେ ପରିସ୍ଥିତି ଉଦ୍ବେଗଜନକ ହେବାରେ ଲାଗିଛି । ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ଅନୁଯାୟୀ, ୨୦୨୦ ମସିହାରେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ୧୩.୯୨ ଲକ୍ଷ (ପ୍ରାୟ ୧୪ ଲକ୍ଷ) କର୍କଟ ରୋଗୀ ଚିହ୍ନଟ ହୋଇଥିଲେ । ଯାହା ୨୦୨୧ ମସିହାରେ ୧୪.୨୬ ଲକ୍ଷକୁ ବୃଦ୍ଧି ପାଇଛି। ୨୦୨୨ କର୍କଟ ରୋଗ ବୃଦ୍ଧି ପାଇ ୧୪.୬୧ ଲକ୍ଷରେ ପହଞ୍ଚିଥିଲା ।

ବିଶେଷଜ୍ଞଙ୍କ ମତରେ ଦେଶରେ କେବଳ ହୃଦ ରୋଗ ଏବଂ ଶ୍ୱାସକ୍ରିୟା ନୁହେଁ, କର୍କଟ ରୋଗ ଦ୍ରୁତ ବେଗରେ ବଢି ଚାଲିଛି । ବୟସ ବୃଦ୍ଧି, ଜୀବନ ଶୈଳୀରେ ପରିବର୍ତ୍ତନ, ବ୍ୟାୟାମର ଏବଂ ପୁଷ୍ଟିକର ଖାଦ୍ୟର ଅଭାବ କର୍କଟ ରୋଗ ବୃଦ୍ଧିର ଅନ୍ୟ ଏକ କାରଣ ।

ଅନେକ ଥର ଏପରି ଦେଖିବାକୁ ମିଳେ ଯେ, ଲକ୍ଷଣ ବିଷୟରେ ଜଣାପଡିନବାରୁ ଚିକିିତ୍ସାରେ ବିଳମ୍ବ ହୁଏ । ଯେଁଉ କାରଣରୁ ଶରୀରରେ ରୋଗେ ଆହୁରି ବଢିଯାଏ ।

ରିପୋର୍ଟ ଅନୁଯାୟୀ ଗତ କିଛି ବର୍ଷ ମଧ୍ୟରେ ପୁରୁଷଙ୍କ ଠାରେ ଏହି ରୋଗ ଅଧିକ ଦେଖାଯାଇଛି । ମୁଖ କର୍କଟ ଏବଂ ଫୁସଫୁସ୍ କର୍କଟ ମୁଖ୍ରତଃ ପୁରୁଷମାନଙ୍କ ଠାରେ ଦେଖିବାକୁ ମିଳୁଥିବା ବେଳେ ମହିଳାମାନଙ୍କ ଠାରେ ବ୍ରେଷ୍ଟ ଏବଂ ଗର୍ଭାଶୟ କର୍କଟ ଅଧିକ ମାତ୍ରାରେ ହୋଇଥାଏ ।

ଏଥିରୁ ବର୍ତ୍ତିବାର ଉପାୟ
ଏଥିରୁ ବର୍ତ୍ତିବାକୁ ହେଲେ ତମ୍ବାଖୁ ଏବଂ ମଦ ଠାରୁ ଦୂରେଇ ରହିବା ଉଚିତ୍ । ସନ୍ତୁଳିତ ଖାଦ୍ର ସହ ବ୍ରାୟାମ କରିବା ଉଚିତ୍ । ପ୍ରଦୂଷଣ ଠାରୁ ମଧ୍ୟ ଦୂରରେ ରୁହନ୍ତୁ ।

Get real time updates directly on you device, subscribe now.