କୁମାର ପୂର୍ଣ୍ଣିମା ରାତିରେ ଚୁପଚାପ ବସି ୨୧ ଥର ଏହି ମନ୍ତ୍ରକୁ କରନ୍ତୁ ଜପ, ଚନ୍ଦ୍ରମାଙ୍କ ଭଳି ଚମକି ଉଠିବ ଭାଗ୍ୟ

ଓଡ଼ିଶା ଭାସ୍କର: କୁମାର ପୂର୍ଣ୍ଣିମା ଦିନ ଶରତ ଋତୁର ଆରମ୍ଭ ହୋଇଥାଏ, ଯାହାର ହିନ୍ଦୁ ଧର୍ମରେ ଖାସ ମହତ୍ତ୍ୱ ରହିଛି । ଧାର୍ମିକ ଗ୍ରନ୍ଥରେ ବର୍ଣ୍ଣିତ ଅଛି ଯେ, ଏହି ଦିନ ମାଆ ଲକ୍ଷ୍ମୀ ଏବଂ ଚନ୍ଦ୍ର ଦେବତାଙ୍କ ପୂଜା କରିବା ଦ୍ୱାରା ଶୁଭ ଫଳ ପ୍ରାପ୍ତି କରାଯାଏ । ଏଥିସହ ଟଙ୍କା ପଇସାର ଅଭାବ ମଧ୍ୟ ଜୀବନରୁ ଦୂରେଇ ଯାଏ । ତେବେ ଆସନ୍ତୁ ଜାଣିବା କେଉଁ ଉପାୟ କରିବା ଦ୍ୱାରା ମାଆ ଲକ୍ଷ୍ମୀଙ୍କର ଘରକୁ ଆଗମନ ହୋଇଥାଏ।

କୁମାର ପୂର୍ଣ୍ଣିମା ଦିନ ନିଜ ହାତରେ ଘରେ କ୍ଷୀରି ତିଆରି କରନ୍ତୁ । ରାତିରେ ସେହି କ୍ଷୀରିକୁ ରୂପା ପାତ୍ରରେ ଜହ୍ନ ଆଲୋକରେ ରଖିଦିଅନ୍ତୁ । ଯଦି ଆପଣ କିଛି ଇଚ୍ଛା ପୂରଣ କରିବାକୁ ଚାହୁଁଛନ୍ତି ତେବେ ସେହି କ୍ଷୀରି ପାଖେ ବସି ଆପଣଙ୍କ ମନରେ ଥିବା ଇଚ୍ଛା କଥା କୁହନ୍ତୁ । ଏହାକୁ ତା’ ପର ଦିନ ଦେବା-ଦେବୀଙ୍କୁ ପୂଜା କରିସାରିବା ପରେ ସେହି କ୍ଷୀରିକୁ ପ୍ରସାଦ ଭାବେ ସେବନ କରନ୍ତୁ । ଏହା କରିବା ଦ୍ୱାରା ସ୍ୱାସ୍ଥ୍ୟୂ ଠିକ ରହିବା ସହ ସମସ୍ତ ମନସ୍କାମନା ପୂରଣ ହୋଇଥାଏ ।

କୌଣସି କାରଣରୁ ବସତଃ ଯଦି ଆପଣ କୁମାର ପୂର୍ଣ୍ଣିମାରେ କ୍ଷୀରିକୁ ରାତି ସାରା ଜହ୍ନ ଆଲୁଅରେ ରଖିିପାରୁନାହାନ୍ତି, ତେବେ ଏହା ସତ୍ତ୍ୱେ ବି ଆପଣ ଚନ୍ଦ୍ର ଦେବତା ଏବଂ ମାଆ ଲକ୍ଷ୍ମୀଙ୍କ କୃପା ପାଇପାରିବେ । ଏହି ଦିନ କ୍ଷୀରିକୁ ଚନ୍ଦ୍ରମା ଆଲୋକରେ କିଛି ସମୟ ପାଇଁ ରଖନ୍ତୁ ଏବଂ ତାଖରେ ବସି ‘ଓଁ ଚନ୍ଦ୍ରମସେ ନମଃ’ ମନ୍ତ୍ର ଜପ କରନ୍ତୁ । ମନ୍ତ୍ର ଜପ କରିବା ପରେ ଏହି କ୍ଷୀରିକୁ ଘରକୁ ଆଣି ଖାଆନ୍ତୁ । ଏହି ଉପାୟ ଆପଣଙ୍କ ମନସ୍କାମନା ପୂରଣ କରିବ । ସାଧାରଣ ଲୋକଙ୍କ ଛଡା ଏହାକୁ ଗର୍ଭବତୀ ମହିଳା ମଧ୍ୟ ଖାଇପାରିବେ । ଏଥିରେ ଚନ୍ଦ୍ର ଦେବତାଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ ।