ନୂଆଦିଲ୍ଲୀ: ଛତିଶଗଡ଼ ପାଇଁ ବଡ଼ ଖବର। ଅନେକ ବର୍ଷରୁ ନକ୍ସଲବାଦର ଶିକାର ହେଉଥିଲା ଛତିଶଗଡ଼ର ବସ୍ତର ଜିଲ୍ଲା ବର୍ତ୍ତମାନ ନକ୍ସଲ ମୁକ୍ତ ହୋଇଛି। ଏହି ଘୋଷଣା ନିଜେ କେନ୍ଦ୍ର ସରକାର କରିଛନ୍ତି।
୪ ଦଶନ୍ଧି ପରେ, କେନ୍ଦ୍ର ସରକାର ବସ୍ତରକୁ LWEରୁ ମୁକ୍ତ ଘୋଷଣା କରିଛନ୍ତି। ସୁରକ୍ଷାକର୍ମୀଙ୍କ ଦ୍ୱାରା ଅନେକ ନକ୍ସଲ କମଣ୍ଡରଙ୍କୁ ମାରିବା ପରେ ସରକାର ଏହି ଘୋଷଣା କରିଛନ୍ତି।
ଛତିଶଗଡ଼ର ନକ୍ସଲ ପ୍ରଭାବିତ ଜିଲ୍ଲା ବସ୍ତରକୁ ଏବେ LWE ଜିଲ୍ଲା ତାଲିକାରୁ ବାଦ ଦିଆଯାଇଛି। 1980 ଦଶକରୁ ଏଠାରେ ନକ୍ସଲବାଦ ବୃଦ୍ଧି ପାଉଥିଲା ଏବଂ ଏତେ ବୃଦ୍ଧି ପାଇଥିଲା ଯେ, ଜିଲ୍ଲାର ବିକାଶ କଷ୍ଟକର ହୋଇପଡୁଥିଲା।
ତଥାପି, ବସ୍ତର ଭିତର ଅଞ୍ଚଳଗୁଡ଼ିକରେ ସୁରକ୍ଷା ବାହିନୀର ନିରନ୍ତର ପ୍ରୟାସ ଯୋଗୁଁ, ସୈନିକମାନେ LWEରୁ ବସ୍ତରକୁ ମୁକ୍ତ କରିଛନ୍ତି।