୧୦ମ ପାସଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, CISFରେ ନିଯୁକ୍ତି ପାଇବେ ୧୦୦୦ରୁ ଅଧିକ ନୂଆ କନେଷ୍ଟବଳ
CISF କନେଷ୍ଟବଳ ନିଯୁକ୍ତି ପାଇଁ ଆରମ୍ଭ ହେବାକୁ ଯାଉଛି ଆବେଦନ ପ୍ରକ୍ରିୟା
ନୂଆଦିଲ୍ଲୀ: ସିଆଇଏସଏଫ ଚାକିରି ପାଇଁ ଅପେକ୍ଷା କରିଥିବା ପ୍ରାର୍ଥୀଙ୍କ ପାଇଁ ବଡ଼ ଅପଡେଟ। କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ ପକ୍ଷରୁ କନେଷ୍ଟବଳ ଟ୍ରେଡସମ୍ୟାନ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତ ଜାରି କରାଯାଇଛି। ଏହି ଚାକିରି ପାଇଁ ଅନଲାଇନ ଅବେଦନର ପ୍ରକ୍ରିୟା ୫ ମାର୍ଚ୍ଚ ୨୦୨୫ରୁ ଆରମ୍ଭ ହେବାକୁ ଯାଉଛି।
ଆବେଦନ କରିବା ଲାଗି ଯୋଗ୍ୟ ଏବଂ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ www.cisf.gov.in/cisfeng/recruitment/ରେ ଆପ୍ଲାଏ କରିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟା ପାଇଁ ଅନଲାଇନ ଆବେଦନ ୩ ଏପ୍ରିଲ ୨୦୨୫ ପର୍ଯ୍ୟନ୍ତ କରାଯିବ।
ଯୋଗ୍ୟତା: ସିଆଇଏସଏଫ ପକ୍ଷରୁ ଜାରି କରାଯାଇଥିବା ସୂଚନାନୁଯାୟୀ, ଆବେଦନ କରୁଥିବା ପ୍ରାର୍ଥୀ ୧୦ମ ପରୀକ୍ଷା ପାସ କରିଥିବା ଆବଶ୍ୟକ। ଏହି ନିଯୁକ୍ତି ମାଧ୍ୟମରେ ୧୧୬୧ଟି ପଦରେ ଚାକିରି ଦିଆଯିବ। ଏହା ବ୍ୟତୀତ ଟ୍ରେଡସରେ ଆଇଟିଆଇ ପାସକୁ ଅଗ୍ରାଧିକାର ଦିଆଯିବ।
ବୟସ: ଏଥିରେ ଆବେଦନ କରିବାକୁ ଥିବା ପ୍ରାର୍ଥୀଙ୍କ ବୟସ ୧ ଅଗଷ୍ଟ ୨୦୨୫ ପର୍ଯ୍ୟନ୍ତ ୧୮ରୁ ୨୩ ବର୍ଷ ମଧ୍ୟରେ ହେବା ଆବଶ୍ୟକ। ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କୁ ବୟସ ସୀମାକୁ ଛାଡ଼ କରାଯାଇଛି।
ଶୁଳ୍କ: ଏହି ଆବେଦନ ପାଇଁ ପ୍ରାର୍ଥୀଙ୍କୁ ୧୦୦ ଟଙ୍କା ପେମେଣ୍ଟ କରିବାକୁ ପଡିବ। ଏଥିସହ ଏସସି, ଏସଟି ଏବଂ ଇଏସଏମ ପ୍ରାର୍ଥୀଙ୍କୁ ଆବେଦନ ପାଇଁ କୌଣସି ଟଙ୍କା ପେମେଣ୍ଟ କରିବାକୁ ପଡିବ ନାହିଁ।