fbpx

ସିଭିଲ ଇଞ୍ଜିନିୟରିଂ ଅଧ୍ୟାପକ ପଦର ଲିଖିତ ପରୀକ୍ଷାର ରେଜଲ୍ଟ ଘୋଷଣା କଲା OPSC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସିଭିଲ ଇଞ୍ଜିନିୟରିଂ ଅଧ୍ୟାପକ ପଦର ଲିଖିତ ପରୀକ୍ଷାର ରେଜଲ୍ଟ ଘୋଷଣା କରିଛି ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) । ଗତ ଜାନୁଆରୀ ମାସ ୨୧ ଓ ୨୮ ତାରିଖରେ ଏନେଇ ପରୀକ୍ଷା ଅନୁଷ୍ଠିତ ହୋଇଥିବା ବେଳେ ମୋଟ ୬୨ ଜଣ ପ୍ରାର୍ଥୀ ସମ୍ଭାବ୍ୟ ଡକ୍ୟୁମେଣ୍ଟ ଯାଞ୍ଚ ଓ ସାକ୍ଷାତକାର ପାଇଁ କୃତକାର୍ଯ୍ୟ ହୋଇଛନ୍ତି । ଏହି ପ୍ରାର୍ଥୀଙ୍କ ମଧ୍ୟରେ ୨୩ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି । ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅଧିନରେ ଓଡ଼ିଶା ବୈଷୟିକ ଶିକ୍ଷା ଓ ଟ୍ରେନିଂ ସେବା କ୍ୟାଡର (ଗ୍ରୁପ-ବି) ପଦରେ ଏହି ନିଯୁକ୍ତି ଦିଆଯିବ । ସମସ୍ତ ୬୨ ଜଣ ପ୍ରାର୍ଥୀଙ୍କର ରୋଲ ନମ୍ବର ଓପିଏସସିର ୱେବସାଇଟରେ ଜାରି କରାଯାଇଛି । ଡକ୍ୟୁମେଣ୍ଟ ଯାଞ୍ଚ ଓ ସାକ୍ଷାତକାର ପାଇଁ ସବିଶେଷ ବିବରଣୀ ପରବର୍ତ୍ତୀ ସମୟରେ ଜାରି କରାଯିବ । ପ୍ରାର୍ଥୀମାନେ ନିୟମିତ ଭାବେ ୱେବସାଇଟ୍ ପରିଦର୍ଶନ କରିବାକୁ ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.