ଭୁବନେଶ୍ୱର: ଆଜି ୪ ଜଣଙ୍କୁ ତକ୍ରାଳ ଆର୍ଥିକ ସହାୟତା ଦିଆଯାଇଛି । ଲୋକଙ୍କ ସମସ୍ୟାର ସମାଧାନ ପାଇଁ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଉଛି । ଦିନେ ଦୁଇଦିନ ଭିତରେ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ସେମାନଙ୍କୁ ଟଙ୍କା ମିଳିବ ।
ସହାୟତା ବାବଦକୁ ସେମାନଙ୍କୁ ଏକ ଲକ୍ଷ ଟଙ୍କା ପ୍ରଦାନ କରାଗଲା ବୋଲି ଆଜି ଲୋକଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଯୋଗ ଦେଇ କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୮୪% ଅଭିଯୋଗର ସମାଧାନ ହୋଇଛି । ବଳକା ଅଭିଯୋଗ ସମାଧାନ ପ୍ରକ୍ରିୟାରେ ରହିଛି ।
କଂଗ୍ରେସ ବୁୁଡ଼ି ଯାଉଥିବା ଦଳ; କ’ଣ ଗୋଟେ କଲେ ସିନା ଆଗକୁ ଆସିବ । ଯେଉଁ ଅପରାଧିକ ମାମଲା ଆସୁଛି, ତାର ତ୍ୱରିତ ପଦକ୍ଷେପ ଗ୍ରହଣ କରୁଛନ୍ତି ସରକାର । ଯେଉଁମାନେ ଦୋଷୀ ସେମାନଙ୍କୁ ଜେଲରେ ପଶାଯାଉଛି । କୋର୍ଟ ତାଙ୍କୁ ଦଣ୍ଡ ବିଧାନ କରିବେ ।
ଆମେ ବିଧାନ ସଭା ବନ୍ଦ କରି ପଳାଇବାର ସରକାର ନୁହେଁ । ଏହା ଲୋକଙ୍କ ସରକାର । ବିରୋଧୀଙ୍କ କାମ ଅଭିଯୋଗ ଆଣିବା ଏବଂ ଆମେ ସବୁବେଳେ ସେମାନଙ୍କୁ ଉତ୍ତର ଦେବାକୁ ପ୍ରସ୍ତୁତ ଅଛୁ ବୋଲି କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ୟୁନିଟ୍ ୫ ସ୍ଥିତ ସ୍କୁଲରେ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଭାଗୀୟ ମନ୍ତ୍ରୀ ଏବଂ ସଚିବ ଉପସ୍ଥିତ ଥିଲେ ।