ଭୁବନେଶ୍ୱର: ବହୁମୁଖୀ ପକଳ୍ପ ଉଦଘାଟନ ଓ ଶିଳାନ୍ୟାଶରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦେଲେ ଉଦ୍ବୋଧନ । ଓଡ଼ିଶାର ଭିତ୍ତିଭୂମି ବିକାଶ ପାଇଁ ଆଜି ଐତିହାସିକ ଦିନ କହିଲେ ମୁଖ୍ୟମନ୍ତ୍ରୀ ।
ଓଡ଼ିଶା ବିକାଶରେ ନୂଆ ଫର୍ଦ୍ଦ ଯୋଡ଼ିହେଲା ବୋଲି କହିଲେ ମୁଖ୍ୟମନ୍ତ୍ରୀ । ସବୁ ପ୍ରକଳ୍ପ ସଂପୂର୍ଣ୍ଣ ହେଲେ ଯୋଗାଯୋଗ ସୁଦୃଢ଼ ହେବ । ପୂର୍ବରୁ ଦିନକୁ ୧୪ କି.ମି ରାସ୍ତା ହେଉଥିଲା ହେଲେ ବର୍ତ୍ତମାନଠାରୁ ଦିନକୁ ୧୦୦ କି.ମି ରାସ୍ତା ତିଆରି ହେବ ।
ପ୍ରଧାନମନ୍ତ୍ରୀ ମୋଦି ଭିତ୍ତିଭୂମି ବିକାଶକୁ ଗୁରୁତ୍ୱ ଦିଅନ୍ତି । ଆମ ସରକାର ମଧ୍ୟ ଭିତ୍ତିଭୂମିକୁ ଗୁରୁତ୍ୱ ଦେଇଛି ।
ଆଜି ୪ ହଜାର କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାଶ କରିଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିୀନ ଗଡ଼କରୀ । ପାଖାପାଖି ୧୯ଟି ପ୍ରକଳ୍ପ ରାଜ୍ୟରେ ହେବ ଯାହା ଗ୍ରାମାଞ୍ଚଳ ଓ ସହରାଞ୍ଚଳ ମଧ୍ୟରେ ଦୂରତା କମାଇବ ।
ବର୍ତ୍ତମାନ ରାଜ୍ୟରେ ୨୦ଟି ବାଇପାସ୍ ଓ ରିଙ୍ଗରୋଡ୍ ନିର୍ମାଣ ହେଉଛି ।