fbpx

ରୋମରେ ଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଟାଲି ଗସ୍ତରେ ଯାଇଛନ୍ତି । ଏହି ଅବସରରେ ସେ ରୋମର ପିଆଜା ସ୍ଥିତ ଗାନ୍ଧି ସ୍ମାରକୀରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି । ଗାନ୍ଧିଙ୍କ ନୀତି ଓ ଆଦର୍ଶରେ ସେ ଅନୁପ୍ରାଣୀତ ହୋଇଛନ୍ତି ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ।

ଗତ ୨୦୧୮ରେ ଗାନ୍ଧିଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ସମୟରେ ଅନୁଷ୍ଠିତ ବୈଠକରେ ନବୀନ ଯୋଗ ଦେଇଥିଲେ । ଗାନ୍ଧିଙ୍କ ଅହିଂସା ନୀତିକୁ ଭାରତୀୟ ସମ୍ବିଧାନରେ ସ୍ଥାନିତ କରିବାକୁ ସେ ସମୟରେ ନବୀନ ପ୍ରସ୍ତାବ ଦେଇଥିଲେ । ତାହା ଜାତିର ପିତାଙ୍କ ପ୍ରତି ମହାନ ଶ୍ରଦ୍ଧାଞ୍ଜଳି ହେବ ବୋଲି ସେ କହିଥିଲେ । ଶାନ୍ତି ବିନା ବିକାଶ କେବେ ବି ସମ୍ଭବ ନୁହେଁ ବୋଲି ଶ୍ରୀ ପଟ୍ଟନାୟକ ନିଜ ବକ୍ତବ୍ୟରେ କହିଥିଲେ ।

ଗତ ୨୦୧୯ରେ ଶ୍ରୀ ପଟ୍ଟନାୟକ ଲୋକସେବା ଭବନରେ ଗାନ୍ଧିଜୀଙ୍କ ପରଶମଣୀକୁ ଅନାବରଣ କରିଥିଲେ । ଗରିବଙ୍କ ପାଇଁ ନିସ୍ୱାର୍ଥପର ଭାବେ କାର୍ଯ୍ୟ କରିବାକୁ ଉକ୍ତ ପରଶମଣୀ ପ୍ରେରଣା ଯୋଗାଇବ ବୋଲି ନବୀନ ସେ ସମୟରେ କହିଥିଲେ ।
ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦୀର୍ଘ ୧୦ ବର୍ଷ ପରେ ବିଦେଶ ଗସ୍ତରେ ଯାଇଛନ୍ତି । ଗତ ୨୦୧୨ରେ ସେ ଶେଷଥର ପାଇଁ ବ୍ରିଟେନ ଗସ୍ତ କରିଥିଲେ । ଆସନ୍ତା ୨୯ରେ ସେ ଦୁବାଇରେ ନିବେଶକ ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

Get real time updates directly on you device, subscribe now.