fbpx

ମୁଖ୍ୟମନ୍ତ୍ରୀ ଶିବରାଜଙ୍କ ବଡ଼ ଘୋଷଣା: ୬୦ ପ୍ରତିଶତ ମାର୍କ ରଖିଲେ ମିଳିବ ଲାପଟପ, ପ୍ରତି ସ୍କୁଲରୁ ୩ ଜଣଙ୍କୁ ମିଳିବ ସ୍କୁଟି

Advertisement

ନୂଆଦିଲ୍ଲୀ: ଚଳିତ ବର୍ଷ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ହେବ । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ଏକ ବଡ଼ ଘୋଷଣା କରିଛନ୍ତି । ଜନ ଆଶିର୍ବାଦ ଯାତ୍ରା ମାଧ୍ୟମରେ ଲୋକଙ୍କ ନିକଟରେ ପହଞ୍ଚିବା ସହିତ ସେମାନଙ୍କର ମନ ଜିଣିବା ପାଇଁ ରାଜ୍ୟ ସରକାର ଯଥା ସମ୍ଭବ ପ୍ରୟାସ କରୁଛନ୍ତି । ଏହି ଅବସରରେ ରାଜ୍ୟ କ୍ୟାବିନେଟରେ ଏକ ବଡ଼ ଘୋଷଣା କରାଯାଇଛି ।

ଘୋଷଣା ମୁତାବକ, ରାଜ୍ୟବାସୀଙ୍କୁ ୪୫୦ ଟଙ୍କାରେ ଗ୍ୟାସ ସିଲିଣ୍ଡର ମିଳିବ । ଏଣିକି କେବଳ ଉଜ୍ଜ୍ୱଳା ଯୋଜନା ଧାରୀଙ୍କ ପାଇଁ ନୁହେଁ, ଏହି ଯୋଜନାରେ ସାମିଲ ନଥିବା ଲୋକମାନେ ମଧ୍ୟ ଏହି ଫାଇଦା ଉଠାଇ ପାରିବେ । ଆଜି ବିଜେପିର ଜନ ଆଶିର୍ବାଦ ଯାତ୍ରା ଜିଲ୍ଲାର ବଡ଼ବାହ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପହଞ୍ଚିଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶିବରାଜ ସାମିଲ ହେବା ସହିତ ତାଙ୍କୁ ଜୋରଦାର ସ୍ୱାଗତ କରାଯାଇଥିଲା ।

ପାଖାପାଖି ୧ ଘଣ୍ଟାର ରୋଡ ଶୋ’ ପରେ ଶିବରାଜ ସଭାକୁ ସମ୍ବୋଧିତ କରିଥିଲେ । ଏହି ଅବସରରେ ସେ ପ୍ରଦେଶ ଓ କେନ୍ଦ୍ର ସରକାରଙ୍କ ଯୋଜନା ବିଷୟରେ ସାଧାରଣ ଜନତାଙ୍କୁ କହିଥିଲେ । ସେପ୍ଟେମ୍ବର ୧୦ ତାରିଖରେ ଭଉଣୀମାନଙ୍କର ଜୀବନ ବଦଳିବାକୁ ଯାଉଥିବା ସେ କହିଥିଲେ । ମୁଖ୍ୟମନ୍ତ୍ରୀ ଆବାସ ଯୋଜନା, ସିଏମ ଆବାସ ଯୋଜନାରୁ ବଞ୍ଚିତ ଲୋକଙ୍କୁ ଲାଭ ପ୍ରଦାନ କରାଯିବ । ଏଥିସହିତ ୬୦ ପ୍ରତିଶତ ମାର୍କ ରଖୁଥିବା ଛାତ୍ରଛାତ୍ରୀଙ୍କୁ ଲାପଟପ ମିଳିବ । ପ୍ରତି ସ୍କୁଲରୁ ତିନିଜଣ ପିଲାଙ୍କୁ ସ୍କୁଟି ପ୍ରଦାନ କରାଯିବ ବୋଲି କ୍ୟାବିନେଟରେ ନିଷ୍ପତ୍ତି ହୋଇଥିବା ମୁଖ୍ୟମନ୍ତ୍ରୀ କହିଥିଲେ ।

Get real time updates directly on you device, subscribe now.