ରାଞ୍ଚି: କୋଇଲା ଷ୍ଟକ୍ ହ୍ରାସ ଯୋଗୁ ଝାଡଖଣ୍ଡ ସହ ୧୨ ରାଜ୍ୟରେ ହୋଇପାରେ ବାରମ୍ବାର ବିଦ୍ୟୁତ କାଟ ହେବ । ଏନେଇ ଅଲ ଇଣ୍ଡିଆ ପାୱାର ଇଞ୍ଜିନିୟର୍ସ ଫେଡେରେସନ (ଏଆଇପିଇଏଫ) ସତର୍କ କରେଇଛି । ଥର୍ମାଲ ପାୱାର ପ୍ଲାଣ୍ଟସ୍ରେ ଦେଖା ଦେଇଥିବା କୋଇଲା ଅଭାବ ପ୍ରତି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଧ୍ୟାନ ଆକର୍ଷଣ ନିମନ୍ତେ ପାୱାର ଇଞ୍ଜିନିୟରଙ୍କ ସଂଘ ଏହି ସତର୍କତା ଜାରି କରିଥିବା ବେଳେ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ଦାବି କରିଛନ୍ତି । ଫେଡେରେସନର ସଭାପତି ଶୈଳେନ୍ଦ୍ର ଦୁବେ ଶକ୍ତି ଉତ୍ପାଦନ ଲାଗି ଥର୍ମାଲ ପାୱାର ପ୍ଲାଣ୍ଟକୁ ଇଗନେଟ୍ କରିବାକ ପାଇଁ ଯେତିକି କୋଇଲାର ଆବଶ୍ୟକତା ଅଛି ତାହା ବି ଏବେ ଷ୍ଟକ ନଥିବା କହିଛନ୍ତି । ଏଣୁ କମ କୋଇଲା ଷ୍ଟକ ଯୋଗୁ ପରିସ୍ଥିତି ଅଧିକ ଜଟିଳ ହୋଇପାରେ ବୋଲି ସତର୍କ କରିଛନ୍ତି ।
ଗତବର୍ଷ ଅକ୍ଟୋବର ମାସରେ ପ୍ରଥମ ଥର ଦେଶରେ କୋଇଲା ସଂକଟ ଦେଖା ଦେଇଥିଲା । ଯାହା ଏବେବି ସମାଧାନ ହୋଇ ନାହିଁ । ଏଥିରେ ଏପ୍ରିଲ ପ୍ରଥମ ପକ୍ଷରେ ଘରୋଇ ବିଦ୍ୟୁତ ଚାହିଦା ୩୮ ବର୍ଷର ରେକର୍ଡ ସ୍ତରରେ ପହଞ୍ଚି ଯାଇଛି । ଗତବର୍ଷ ଅକ୍ଟୋବର ମାସରେ ବିଦ୍ୟୁତ ଆବଶ୍ୟକତାର ୧.୧ ପ୍ରତିଶତ କମ ଉତ୍ପାଦନ ହେଉଥିବା ବେଳେ ଏପ୍ରିଲ ମାସରେ ଏହା ୧.୪ ପ୍ରତିଶତକୁ ପହଞ୍ଚି ଯାଇଛି । ଦୁବେଙ୍କ ଅନୁସାରେ ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ରର, ଗୁଜରାଟ, ପଞ୍ଜାବ, ଝାଡଖଣ୍ଡ ଓ ହରିୟାଣା ଆଦି ରାଜ୍ୟମାନେ ୩ରୁ ୮.୭ ପ୍ରତିଶତ ପର୍ଯ୍ୟନ୍ତ ବିଦ୍ୟୁତ କାଟର ସମ୍ମୁଖୀନ ହେଉଛନ୍ତି । ଏଣୁ ଉପୁଜିଥିବା ବିଦ୍ୟୁତ ସଂକଟ ଗ୍ରୀଷ୍ମ ବଢିବା ସହ ଅଧିକ ଜଟିଳ ହୋଇପାରେ ।