fbpx

ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ଏଣିକି କମର୍ସ ଗ୍ରାଜୁଏଟ୍ ଓ ପୋଷ୍ଟ ଗ୍ରାଜୁଏଟ୍ ଛାତ୍ରଛାତ୍ରୀ ହୋଇପାରିବେ ସରକାରୀ ଶିକ୍ଷକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମସ୍ତ ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର । ଏଣିକି କମର୍ସ ଗ୍ରାଜୁଏଟ ଓ ପୋଷ୍ଟ ଗ୍ରାଜୁଏଟ ଛାତ୍ରଛାତ୍ରୀମାନେ ସରକାରୀ ଶିକ୍ଷକ ପଦରେ ନିଯୁକ୍ତି ପାଇପାରିବେ । କମର୍ସରେ ସ୍ନାତକ କିମ୍ବା ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ପିଲାମାମନେ ପଢ଼ିଥିବା ଇଂରାଜୀ ଓ ଅର୍ଥନୀତିକୁ ସ୍କୁଲ ପାଠ ହିସାବରେ ଗ୍ରହଣ କରାଯିବ । ଏହି ଆଧାରରେ ବାଣିଜ୍ୟ ଡିଗ୍ରୀଧାରୀଙ୍କୁ ଶିକ୍ଷକ ପଦରେ ନିଯୁକ୍ତି ଦିଆଯାଇ ପାରିବ ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣର୍ ରାୟ ଦେଇଛନ୍ତି ।

ପୂର୍ବରୁ କେବଳ କଳା ଓ ବିଜ୍ଞାନ ଛାତ୍ରଛାତ୍ରୀମାନେ ଶିକ୍ଷକତା କ୍ଷେତ୍ରରେ ସୁବିଧା ପାଉଥିଲେ । ହାଇକୋର୍ଟଙ୍କ ଏହି ନୂଆ ରାୟ ପରେ ଶିକ୍ଷକତା କ୍ଷେତ୍ରରେ ରୁଚି ରଖୁଥିବା ଛାତ୍ରଛାତ୍ରୀଙ୍କୁ ଏହା ନିଶ୍ଚିତ ଫାଇଦା ଦେବ । ରାଜ୍ୟ ସରକାର ଆବେଦନକାରୀଙ୍କ ନିଯୁକ୍ତିକୁ ରଦ୍ଦ ପାଇଁ ଦେଇଥିବା ଆଦେଶକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି । ତେବେ ଶିକ୍ଷକତା ପାଇଁ ଆବେଦନକାରୀଙ୍କୁ ସିବିଟି ସହ ଅନ୍ୟ ଯୋଗ୍ୟତା ହାସଲ କରିବାକୁ ପଡ଼ିବ ।

ସୂଚନାଯୋଗ୍ୟ ଯେ, ୨୦୨୧ରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସରକାରୀ ମାଧ୍ୟମିକ ବିଦ୍ୟାଳୟରେ ବିଭିନ୍ନ ଶିକ୍ଷକ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ତେବେ ସମସ୍ତ ଯୋଗ୍ୟତା ଥିବା ପରେ ବି ଆବେଦନକାରୀଙ୍କ ନାମ ରିଜେକ୍ଟ ଲିଷ୍ଟରେ ରହିଥିଲା । ଆବେଦନକାରୀଙ୍କର ବାଣିଜ୍ୟ ଡିଗ୍ରୀ ପାଠ୍ୟକ୍ରମରେ କୌଣସି ଦୁଇଟି ସ୍କୁଲ ବିଷୟ ନଥିବାରୁ ସେମାନଙ୍କୁ ବାଦ୍ ଦିଆଯାଇଥିବା ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଥିଲା । ଏହାପରେ ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଇଂରାଜୀକୁ ବାଣିଜ୍ୟରେ କମ୍ୟୁନିକେଟିଭ୍ ଇଂଲିସ ଓ ଅର୍ଥନୀତିକୁ ବିଜିନେସ୍ ଇକୋନୋମିକ୍ସ କୁହାଯାଇଥାଏ । ଏହି ଦୁଇଟି ପାଠ୍ୟକ୍ରମର ନାମ ଯାହା ହେଲେ ବି ବିଷୟ ସମାନ ରହିଥିବା ହାଇକୋର୍ଟ କହିଛନ୍ତି ।

Get real time updates directly on you device, subscribe now.