ଖାଦ୍ୟପ୍ରେମୀଙ୍କ ପାଇଁ ବଢ଼ିଆ ଅଫର: ଏକ ଘଣ୍ଟା ଭିତରେ ଖାଇବା ସମାପ୍ତ କରନ୍ତୁ, କମ୍ପାନୀ ଆପଣଙ୍କୁ ଦେବ ଅନେକ ପୁରସ୍କାର

ନୂଆଦିଲ୍ଲୀ: ଅନେକ ସମୟରେ କିଛି ରେଷ୍ଟୁରାଣ୍ଟ ଓ ହୋଟେଲ ପକ୍ଷରୁ ଖାସ୍ ଅଫର ଲାଗୁ କରାଯାଇଥାଏ । ତେବେ ଯଦି ଆପଣ ଜଣେ ଖାଦ୍ୟପ୍ରେମୀ ତେବେ ଆପଣଙ୍କ ପାଇଁ ଏକ ବଢ଼ିଆ ସୁଯୋଗ ଆସିଛି । ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରି ଆପଣ ମାଗଣାରେ ବହୁ ମାତ୍ରାରେ ସ୍ୱାଦିଷ୍ଟ ଖାଦ୍ୟ ଖାଇ ପାରିବେ । ଏଥିସହିତ କମ୍ପାନୀ ପକ୍ଷରୁ ଅନେକ ପୁରସ୍କାର ମଧ୍ୟ ଜିତି ପାରିବେ ।

ସୂଚନା ମୁତାବକ, ୟୁକେର ଏକ ରୋଣ୍ଟୁରାଣ୍ଟ ଆପଣଙ୍କ ନେଇ ଆସିଛି ଏଭଳି ଏକ ଅଫର । ଏଥିପାଇଁ ଆପଣଙ୍କୁ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ‘୬୬୬ ବ୍ରେକଫାଷ୍ଟ’କୁ ସମାପ୍ତ କରିବାକୁ କରିବାକୁ ପଡ଼ିବ । ଯଦି ଏହି ସମୟସୀମା ମଧ୍ୟରେ ଆପଣ ଏହି ବ୍ରେକଫାଷ୍ଟକୁ ଖାଇ ସାରିଦେଉଛନ୍ତି, ତେବେ ଏହି ଖାଦ୍ୟ ପାଇଁ ଆପଣଙ୍କୁ କୌଣସି ଅର୍ଥ ପଇଠ କରିବାକୁ ପଡ଼ିବ ନାହିଁ । କମ୍ପାନୀ ଓଲଟା ଆପଣଙ୍କୁ ୧୯୦୦ ଟଙ୍କା ପ୍ରଦାନ କରିବ । ଏଥିସହିତ ଆପଣ ଏକ ଟି-ଶାର୍ଟ ଜିତିପାରିବେ । ଏହାପରେ ଆପଣଙ୍କର ଫଟୋ ୱାଲ ଫେମରେ ସ୍ଥାନିତ ହେବ ।

ଏହିସବୁ ଖାଦ୍ୟକୁ ଆପଣଙ୍କୁ ଏକ ଘଣ୍ଟା ସମୟ ମଧ୍ୟରେ ସାରିବାକୁ ପଡ଼ିବ । ତେବେ ଏହି ଚ୍ୟାଲେଞ୍ଜ ଆପଣଙ୍କୁ ସହଜ ଲାଗୁଥାଇପାରେ । ମାତ୍ର ସବୁଠାରୁ ବଡ଼କଥା ହେଉଛି ଏହି ଚ୍ୟାଲେଞ୍ଜକୁ ବର୍ତ୍ତମାନ ସୁଦ୍ଧା ମାତ୍ର ୨ ପ୍ରତିଶତ ଲୋକ ପୂରା କରିପାରିଛନ୍ତି । ଜଣେ ବ୍ୟକ୍ତି ୫୩ ମିନିଟ ୪୨ ସେକେଣ୍ଡରେ ସବୁ ଖାଦ୍ୟ ସମାପ୍ତ କରିଦେଇଥିଲେ । ଏହି ବ୍ରେକଫାଷ୍ଟରେ ଆପଣଙ୍କୁ ୬ଟି ସସେଜ, ୬ଟି ବେକନ ଷ୍ଟ୍ରିପସ, ୬ଟି ଫ୍ରାଏଡ ଏଗସ, ୬ଟି ହାଶ ବ୍ରାଉନସ, ୬ଟି ସର୍ଭିଂ କଳା ପୁଡିଂ, ୬ଟି ବେକଡ ବିନ୍ସ, ୬ଟି ଟମାଟୋ, ୬ଟି ଫ୍ରାଏଡ ବ୍ରେଡ ଓ ୬ଟି ବଡ଼ ମଶରୁମ୍ । ଏଥିସହିତ ଅସୀମିତ ଚା’ ଓ କଫି ପିଇ ପାରିବେ ।