fbpx

ସରିଲା ବିଭାଗ ବଣ୍ଟନ କାର୍ଯ୍ୟ ; ଜାଣନ୍ତୁ କାହାକୁ ମିଳିଲା କେଉଁ ବିଭାଗ

Advertisement

ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ନୂତନ ଭାବେ ଗଠିତ ରାଜ୍ୟ ସରକାରର ଅଧିକାଂଶ ମନ୍ତ୍ରଣାଳୟ ନିଜ ପାଖରେ ରଖିଛନ୍ତି । ସୂଚନାନୁସାରେ, ଅର୍ଥମନ୍ତ୍ରୀ, କ୍ୟାବିନେଟ୍ ପ୍ରସଙ୍ଗ, ଅମଲାତନ୍ତ୍ର ଏବଂ ଗୁପ୍ତଚର ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନିଜେ ଦେଖିବେ। ଏହା ସହ ସେ କହିଛନ୍ତି ଯେ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାରଙ୍କୁ ଜଳସେଚନ ଏବଂ ବେଙ୍ଗାଲୁରୁ ବିକାଶ ବିଭାଗ ଦାୟିତ୍ୱ ଦିଆଯାଇଛି। ୨୪ ଜଣ ମନ୍ତ୍ରୀ ଶନିବାର ଦିନ ରାଜ ଭବନରେ ଶପଥ ଗ୍ରହଣ କରିଥିଳେ । କର୍ଣ୍ଣାଟକ କଂଗ୍ରେସ ସରକାରରେ ନୂତନ କ୍ୟାବିନେଟରେ ମୋଟ ମନ୍ତ୍ରୀଙ୍କ ସଂଖ୍ୟା ୩୪ କୁ ବୃଦ୍ଧି ହୋଇଛି । ଏଥିରେ ଗତ ସପ୍ତାହରେ ଶପଥ ଗ୍ରହଣ କରିଥିବା ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ମଧ୍ୟ ସାମିଲ ହୋଇଛନ୍ତି।

ଯେଉଁମାନେ ଆଜି ମନ୍ତ୍ରୀ ପଦରେ ଶପଥ ନେଇଛନ୍ତି ସେମାନଙ୍କ ମଧ୍ୟରେ ଅଛନ୍ତି ବରିଷ୍ଠ ବିଧାୟକ ଏଚ.କେ ପାଟିଲ, କୃଷ୍ଣା ବାୟରୋଗୋଡା, ଏନ୍ ଚେଲୁବରାୟସ୍ୱାମୀ,କେ ଭେଙ୍କେଟେଶ, ଡା. ଏଚ.ସି ମହାଦେବପ୍ପା ପ୍ରମୁଖ । କଂଗ୍ରେସ ଯେଉଁମାନଙ୍କୁ ମନ୍ତ୍ରୀ କରିଛି ସେମାନଙ୍କ ମଧ୍ୟରେ ୬ ଜଣ ଲିଙ୍ଗାୟତ ଓ ୪ ଜଣ ବୋକାଲିଗା ବିଧାୟକ ରହିଛନ୍ତି । ଅନ୍ୟ ୩ ବିଧାୟକ ଅନୁସୂଚୀତ ଜାତି, ଦୁଇ ଅନୁସୂଚିତ ଜନଜାତି ଏବଂ ୫ ଜଣ ଅନ୍ୟ ପଛୁଆ ବର୍ଗର ଅଟନ୍ତି । ସେହିପରି ଦିନେଶ ଗୁଣ୍ଡୁ ରାଓଙ୍କୁ ବ୍ରାହ୍ମଣ ଭାବରେ କର୍ଣ୍ଣାଟକ ମନ୍ତ୍ରୀମଣ୍ଡଳରେ ପ୍ରତିନିଧିତ୍ୱ ମିଳିଛି । ପୁରୁଣା ମହୀଶୂର କ୍ଷେତ୍ରରୁ ୭ ଜଣ ବିଧାୟକ, କିତ୍ତୁର କର୍ଣ୍ଣାଟକ କ୍ଷେତ୍ରରୁ ୬ ଓ ମଧ୍ୟ କର୍ଣ୍ଣାଟକ କ୍ଷେତ୍ରରୁ ଦୁଇ ବିଧାୟକ ମନ୍ତ୍ରୀ ରୂପରେ ଶପଥ ନେଇଛନ୍ତି ।

ଏକ ଅଧିକାରୀକ ବୟାନରେ କୁହାଯାଇଛି ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ବରିଷ୍ଠ ଓ କନିଷ୍ଠ ବିଧାୟକଙ୍କୁ ଉଚିତ ସମ୍ମାନ ଦେବା ସହିତ ଜାତି ଓ କ୍ଷେତ୍ରୀୟ ସମୀକରଣକୁ ଧ୍ୟାନରେ ରଖି ମନ୍ତ୍ରୀମଣ୍ଡଳରେ ସନ୍ତୁଳନ ରକ୍ଷା କରିଛନ୍ତି । ତେବେ ସିଦ୍ଧରମୈୟାଙ୍କ ମନ୍ତ୍ରୀମଣ୍ଡଳରେ ଜଣେ ମହିଳା ଲକ୍ଷ୍ମୀ ହେବାଲକର ମନ୍ତ୍ରୀ ପଦରେ ଶପଥ ନେଇଛନ୍ତି । କର୍ଣ୍ଣାଟକ ମନ୍ତ୍ରୀ ମାନଙ୍କୁ ଏ ପର୍ଯ୍ୟନ୍ତ ବିଭାଗ ବଣ୍ଟନ କରାଯାଇନାହିଁ । ଆଜି ରାତିରେ ସମସ୍ତ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ କରାଯିବ ବୋଲି ଜଣାଯାଇଛି । ଅଖିଳ ଭାରତୀୟ କଂଗ୍ରେସ କମିଟିର ମହାସଚିବ ସି ବେଣୁଗୋପାଳ ଓ ରଣଦୀପ ସୁରେଜୱାଲା ସହିତ ଶୀର୍ଷ କେନ୍ଦ୍ରୀୟ ନେତାଙ୍କ ସହିତ ସିଦ୍ଧରମୈୟା ଓ ଶିବକୁମାର ଙ୍କ ଦୀର୍ଘ ସମୟର ଆଲୋଚନା ପରେ ୨୪ ମନ୍ତ୍ରୀଙ୍କ ନାମ ଘୋଷଣା କରାଯାଇଛି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ଦଳର ପୂର୍ବ ପ୍ରମୁଖ ରାହୁଲ ଗାନ୍ଧୀ ମନ୍ତ୍ରୀଙ୍କ ତାଲିକାରେ ଅନ୍ତିମ ମୋହର ଲଗାଇଥିଲେ ।

Get real time updates directly on you device, subscribe now.