fbpx

ଇସ୍ରାଏଲ- ଗାଜା ଯୁଦ୍ଧ ମଧ୍ୟରେ ସାଉଦୀ ଆରବର ଏଣ୍ଟ୍ରୀ ବଢାଇବ ଚିନ୍ତା!

ନୂଆଦିଲ୍ଲୀ: ଥମିବାର ନାଁ ନେଉନି ଗାଜା- ଇସ୍ରାଏଲ ଯୁଦ୍ଧ । ତେବେ ବର୍ତ୍ତମାନ ଉଭୟ ଦେଶ ମଧ୍ୟରେ ଜାରି ରହିଥିବା ଯୁଦ୍ଧରେ ସାମ୍ନାକୁ ଆସିଛି ସାଉଦୀ ଆରବ । ସାଉଦୀ ଆରବ ବର୍ଷିଛି ଇସ୍ରାଏଲର ମୁଖିଆଙ୍କ ଉପରେ । ଇସ୍ରାଏଲ ଓ ଗାଜା ଯୁଦ୍ଧ ବିରାମ ମଧ୍ୟରେ ଇସ୍ରାଏଲ ଏମିତି ଏକ ସର୍ତ୍ତ ରଖିଛି, ଯାହାକୁ ନେଇ ଉତକ୍ଷିପ୍ତ ହୋଇଉଠିଛି ସାଉଦୀ ଆରବ ।

ଗତ ବର୍ଷ ଅକ୍ଟୋବର ୭ରୁ ଗାଜା ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ବନ୍ଦ ହେବାର ନାଁ ନେଉନି । ଦୁଇ ଦେଶ ମଧ୍ୟରେ ଶାନ୍ତି ସ୍ଥାପନ ପାଇଁ ମିସ୍ର, ଆମେରିକା, ସାଉଦୀ ଆରବ ପରି ବହୁ ଦେଶ ଲଗାତର ପ୍ରୟାସ ଜାରି ରଖିଛନ୍ତି । ଆନ୍ତର୍ଜାତିକ ଚାପ ପରେ ଯୁଦ୍ଧ ବିରାମ ଘୋଷଣା ହୋଇଛି । କିନ୍ତୁ ଏହି ଯୁଦ୍ଧ ବିରାମ ମଝିରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏକ ସର୍ତ୍ତ ରଖି ଯୁଦ୍ଧ ବିରାମରେ ସମସ୍ୟା ସୃଷ୍ଟି କରିଦେଇଛନ୍ତି । ନେତାନ୍ୟାହୁଙ୍କ ସର୍ତ୍ତରେ ଖପ୍ପା ସାଉଦୀ ଆରବ ।

ଯୁଦ୍ଧ ବିରାମ ପାଇଁ ଇସ୍ରାଏଲ କିଛି ସର୍ତ୍ତ ଜାରି କରିଛି, ଯେଉଁଥିରେ ଗାଜା- ମିସ୍ର ସୀମାରେ ଉପସ୍ଥିତ ଫେଲାଡେଲଫିଆ କରିଡୋରରେ ନିଜ ସୈନିକଙ୍କୁ ନିୟୋଜିତ କରିବାକୁ ଦାବି ରଖିଛି । ଇସ୍ରାଏଲ ପିଏମ ନେତାତ୍ୟାହୁଙ୍କ କହିବା ମୁତାବକ, ହମାସ ୭ ଅକ୍ଟୋବରକୁ ଇଜରାଇଲ ଉପରେ ଯେଉଁ ଆକ୍ରମଣ କରିଥିଲା, ଏଥିରେ ଗାଜା- ମିସ୍ର ଫିଲାଡେଲ୍ଫିଆ କରିଡସ୍ଥିତ ସୁଡଙ୍ଗ ଜରିଆରେ ହତିଆର ହାସଲ କରିଥିଲା । ଏହାକୁ ଦେଖି ଏହି କରିଡର ଉପରେ ଇସ୍ରାଏଲର ଆଖି ରହିବା ଜରୁରୀ, ତେଣୁ କରିଡରରେ ଇସ୍ରାଏଲ ସେନା ମୁତୟନ ହେବାର ଆବଶ୍ୟକତା ରହିଛି ।

ସେପଟେ ଏପରି ସୈନ୍ୟ ମୁତୟନ ସର୍ତ୍ତକୁ ନାପସନ୍ଦ କରିଛି ସାଉଦୀ ଆରବ । ଏହାକୁ ନିନ୍ଦା କରିବା ସହ କିଙ୍ଗଡମ ମୁସଲିମ ଦେଶ ମିସ୍ର ସହ ଠିଆହେବାକୁ ଘୋଷଣା କରିଛି । ସାଉଦୀ ବିଦେଶ ମନ୍ତ୍ରୀ ମଙ୍ଗଳବାର କହିଛନ୍ତି କି, ଇସ୍ରାଏଲର ସର୍ତ୍ତକୁ କଡା ନିନ୍ଦା କରୁଛି । କାରଣ ଫିଲାଡେଲ୍ଫିଆ କରିଡର ଗାଜାରେ ଅବସ୍ଥିତ । ତେଣୁ ଏଠାରେ ସୈନ୍ୟ ମୁତୟନ ତର୍କ ବିହୀନ ସର୍ତ୍ତ କହିଛନ୍ତି ସାଉଦୀ ବିଦେଶମନ୍ତ୍ରୀ ।

Get real time updates directly on you device, subscribe now.