fbpx

୧୦ ବର୍ଷ ପର୍ଯ୍ୟନ୍ତ ସ୍କୁଲରେ ପିଲାଙ୍କୁ କଣ୍ଡୋମ୍ ଫ୍ରି, ଜାଣନ୍ତୁ କେଉଁଠି

ୱାଶିଂଟନ୍: ଆମେରିକାର ଚିକାଗୋରେ ସ୍କୁଲ ପିଲାଙ୍କ ପାଇଁ ଅଜବ ଗଜବ ନିୟମ ଜାରି କରାଯାଇଛି । ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ହେଉଛି । ସ୍କୁଲ୍ ପାଇଁ ଜାରି ହୋଇଥିବା ନୂଆ ପଲିସି ମୁତାବକ, ୫ମ ଶ୍ରେଣୀ ଓ ତାଠାରୁ ଉପର ଶ୍ରେଣୀ ପିଲାମାନଙ୍କ ପାଇଁ କଣ୍ଡୋମ ବାଧ୍ୟତାମୂଳକ କରାଯିବ । ଅର୍ଥାତ୍ ୧୦ ବର୍ଷ ପର୍ଯ୍ୟନ୍ତ ପିଲାଙ୍କ ପାଇଁ କଣ୍ଡୋମ୍ ର ବ୍ୟବସ୍ଥା କରାଯିବ ।

ତେବେ ଏହି ଖବର ସାର୍ବଜନୀନ ହେବାପରେ ଲୋକମାନେ ଏହାକୁ ଖୁବ୍ ନିନ୍ଦା କରିଛନ୍ତି । ଏଥିସହିତ କ୍ରୋଧ ପ୍ରକାଶ ମଧ୍ୟ କରିଛନ୍ତି । ଚିକାଗୋ ପବ୍ଲିକ୍ ସ୍କୁଲ ବୋର୍ଡ ଅଫ୍ ଏଜୁକେସନ୍ ର ନୁତନ ପଲିସି ତିଆରି କରାଯାଇଛି । ଯାହା ଅଧୀନରେ ୫ମ ଶ୍ରେଣୀ ରୁ ଉପର ଶ୍ରେଣୀର ପିଲାଙ୍କ ପାଇଁ କଣ୍ଡୋମର ବ୍ୟବସ୍ଥା କରିବାକୁ ଆଦେଶ ଜାରି କରାଯାଇଛି । ଏହି ସମ୍ପର୍କରେ କୁହାଯାଇଛି ଯେ, କଣ୍ଡୋଭ୍ ଦେବା ଦ୍ୱାରା ଯୌନ ସଂକ୍ରମଣ, ଏଚଆଇଭି ଇନଫେକ୍ସନ୍ ଓ ଅବାଞ୍ଛିତ ଗର୍ଭଧାରଣରୁ ବଞ୍ଚିତ ହେବା ପାଇଁ ସାହାଯ୍ୟ ମିଳିପାରିବ ।

କରୋନା ମହାମାରୀ ଯୋଗୁଁ ଚିକାଗୋରେ ସ୍କୁଲ ବନ୍ଦ ରହିଛି । ଏହା ଆସନ୍ତା ମାସରେ ଖୋଲିବାକୁ ଯାଉଛି । ଗତ ବର୍ଷ ଡିସେମ୍ବରରେ ବୋର୍ଡ ଏହି ନୀତି ପ୍ରସ୍ତୁତ କରିଥିଲା, କିନ୍ତୁ ବିଦ୍ୟାଳୟ ବନ୍ଦ ହେତୁ ଏହା କାର୍ୟ୍ୟକାରୀ ହୋଇପାରିଲା ନାହିଁ। ନୂତନ ନିୟମ ଘୋଷଣା ପରେ ଲୋକମାନେ ସୋସିଆଲ ମିଡିଆରେ ବିରୋଧାତ୍ମକ ମତ ଦେଇଛନ୍ତି । ଲୋକମାନେ ଏହାକୁ ଏକ ଅସୁସ୍ଥ ମାନସିକତା ବୋଲି କହିଛନ୍ତି ।

Get real time updates directly on you device, subscribe now.