fbpx

ସୁର କହିଲେ ପିପିସି ସଭାପତି ନିଷ୍ପତି ନବୀନ ନିଅନ୍ତି, ନୋଟିସ ପଠାଇଲେ ନିରଞ୍ଜନ ମାଗିଲେ ଜବାବ

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ କିଏ ହେବେ ଏହାର ନିଷ୍ପତି ନିଅନ୍ତି ନବୀନ । ଏଭଳି ବିସ୍ପୋରକ ମନ୍ତବ୍ୟ ଦେଇ ରାଜ୍ୟ ରାଜନୀତିରେ  ହଇଚଇ ସୃଷ୍ଟି କରିଥିଲେ ବରିଷ୍ଠ କଂଗ୍ରେସ ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ । ତେବେ ସୁରଙ୍କର ଏଭଳି ମନ୍ତବ୍ୟ ପାଇଁ ତାଙ୍କୁ ଜବାବ ତଲବ କରିଛନ୍ତି ପିପିସି ସଭାପତି ନିରଞ୍ଜନ ପଟ୍ଟନାୟକ । କେଉଁ ପରିସ୍ଥିତିରେ ଏଭଳି ବୟାନ ଦେଲେ ସେ ନେଇ ଉତ୍ତର ରଖିବାକୁ ନୋଟିସ୍ କୁହାଯାଇଛି । ସୁରଙ୍କ ଏହି ବୟାନ ଉପରେ ନିରଞ୍ଜନ କହିଛନ୍ତି ଯେ, ଏଭଳି ଖବର କଂଗ୍ରେସ ପାଇଁ କ୍ଷତିକାରକ ।

ସେପଟେ ଏହି ନୋଟିସ ସମ୍ପର୍କରେ ସୁର ରାଉତରାୟ କହିଛନ୍ତି ଯେ, ଚିଠି ପାଇଛି ଉତ୍ତର ମଧ୍ୟ ଦେବ । ସେଭଳି କିଛି ବିରାଟ ଭୁଲ ମୁଁ କରିନାହିଁ, ଉତ୍ତର ନିଶ୍ଚୟେ ଦେବି । ତେବେ ନିରଞ୍ଜନ ଏବଂ ଜୟଦେବ ମଧ୍ୟ ପୁର୍ବରୁ ଏଭଳି ମନ୍ତବ୍ୟ ଦେଇଛନ୍ତି । ଆକ୍ରୋଶ ମୁଳକ ଭାବରେ ମୋତେ ଏଭଳି ନୋଟିସ ହୋଇଥିବା ସେ କହିଛନ୍ତି ।

Get real time updates directly on you device, subscribe now.