ଭଗବାନ୍ ଶିବଙ୍କୁ ଅପଶବ୍ଦ କହିଲେ କଂଗ୍ରେସ ବିଧାୟକ, Video ଏବେ ଭାଇରାଲ

ନୂଆଦିଲ୍ଲୀ: ବିଜେପି ଶାସିତ ମଧ୍ୟପ୍ରଦେଶରେ ଏକ ଭିଡିଓ ଭାଇରାଲ ପରେ ରାଜନୀତି ଗରମ ହୋଇଛି, ଯେଉଁଥିରେ ବିରୋଧୀ କଂଗ୍ରେସ ବିଧାୟକ ବାବୁ ଜଣ୍ଡେଲ ହିନ୍ଦୁ ଦେବତା ଭଗବାନ ଶିବଙ୍କ ଉପରେ ଆପତ୍ତିଜନକ ଭାଷା ବ୍ୟବହାର କରୁଥିବା ଦେଖିବାକୁ ମିଳିଛି ।

୧୧ ସେକେଣ୍ଡର ଭାଇରାଲ ଭିଡିଓକୁ ରାଜ୍ୟ ବିଜେପି ମୁଖପାତ୍ର ନରେନ୍ଦ୍ର ସାଲୁଜାଙ୍କ ଦ୍ୱାରା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ’ରେ ସେୟାର କରାଯାଇଛି, ଯେଉଁଥିରେ ଦ୍ୱିତୀୟ ଥର କଂଗ୍ରେସ ବିଧାୟକ ବାବୁ ଜଣ୍ଡେଲ ମଦ ନିଶାରେ ନଜର ଆସିଛନ୍ତି ଓ ପ୍ରଭୁ ଶିବଙ୍କ ବିଷୟରେ ଆପତ୍ତିଜନକ ଭାଷା ବ୍ୟବହାର କରିବା ସହ ଅଶ୍ଳୀଳ ଇଙ୍ଗିତ କରିଥିବା ଶୁଣିବାକୁ ମିଳିଛି ।

ଏହି ଭାଇରାଲ ଭିଡିଓ ରାଜ୍ୟରେ ଶାସକ ବିଜେପିର କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି । ଇନ୍ଦୋର ତୃତୀୟରୁ ପ୍ରଥମ ଥର ପାଇଁ ବିଧାୟକ ରାକେଶ ‘ଗୋଲୁ’ ଶୁକ୍ଲାଙ୍କ ନେତୃତ୍ୱରେ ବିଜେପି କର୍ମୀମାନେ ସଂପୃକ୍ତ କଂଗ୍ରେସ ବିଧାୟକଙ୍କ ପୁତଳାକୁ ପୋଡି ଦେଇଛନ୍ତି । ଶୁକ୍ଲା କହିଛନ୍ତି, “ଆମେ କଂଗ୍ରେସର ବିଧାୟକଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରୁଛୁ । ଯେତେବେଳେ ସେ ଇନ୍ଦୋରକୁ ଆସିବେ, ଭଗବାନ ଶିବ ଏବଂ ସନାତନ ଧର୍ମକୁ ଅପମାନିତ କରିଥିବାରୁ ତାଙ୍କ ଚେହେରା କଳା ବୋଳାହେବ ।’

Get real time updates directly on you device, subscribe now.