ସବୁ ବାଜି ଓଲଟାଇ ଦେଲା ଗୋଟିଏ ରାଉଣ୍ଡର ରେଜଲ୍ଟ! ଅନ୍ତିମ ରାଉଣ୍ଡ ଗଣତିରେ ବିଜୟୀ ହେଲେ ପଛୁଆ ଥିବା ପ୍ରାର୍ଥୀ

ନୂଆଦିଲ୍ଲୀ: ଆଜି ମହାରାଷ୍ଟ୍ରର ୨୮୮ଟି ଓ ଝାଡ଼ଖଣ୍ଡର ୮୧ଟି ବିଧାନସଭା ଆସନର ଫଳାଫଳ ଘୋଷଣା ହୋଇଛି । ମହାରାଷ୍ଟ୍ରରେ ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ମେଣ୍ଟ ସରକାର ଗଠନ କରିବ । ସେହିପରି ଝାଡ଼ଖଣ୍ଡରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ)- କଂଗ୍ରେସ ମେଣ୍ଟ ସରକାର ଗଠନ କରିବ । ତେବେ ଆଜି ମହାରାଷ୍ଟ୍ରର ନାଣ୍ଡେଡ ଲୋକସଭା ଆସନର ଉପନିର୍ବାଚନର ଭୋଟ ଗଣତି ହେଉଥିବା ବେଳେ ସେହି ଅବସରରେ ଦେଖିବାକୁ ମିଳିଥିଲା ଏକ ବଡ଼ ଧରଣର ଓଲଟପାଲଟ ।

ରିପୋର୍ଟ ମୁତାବକ, ମହାରାଷ୍ଟ୍ରର ନାଣ୍ଡେଓ ସଂସଦୀୟ କ୍ଷେତ୍ରରେ ଆରମ୍ଭରୁ କଂଗ୍ରେସ କଂଗ୍ରେସ ପ୍ରାର୍ଥୀ ଚଭନ ରବିନ୍ଦ୍ର ବସନ୍ତରାଓ ପଛରେ ରହିଥିଲେ । ଅନ୍ୟପକ୍ଷରେ ବିଜେପି ପ୍ରାର୍ଥୀ ଡ. ସନ୍ତୁକରାଓ ମାରୋତ୍ରାଓ ହମ୍ବାର୍ଡେ ଅପରାହ୍ଣ ୪ଟା ସୁଦ୍ଧା ୩୫ ହଜାର ଭୋଟରେ ଆଗୁଆ ରହିଥିଲେ । ତେବେ ଅନ୍ତିମ କିଛି ରାଉଣ୍ଡରେ ବାଜି ସମ୍ପୂର୍ଣ୍ଣ ଭାବେ ଓଲଟି ଯାଇଥିଲା । ଅନ୍ତିମ ରାଉଣ୍ଡରେ ଅଧିକ ଭୋଟ ପାଇବା କାରଣରୁ କଂଗ୍ରେସ ପ୍ରାର୍ଥୀ ଏହି ଆସନରୁ ବିଜୟୀ ହୋଇପାରିଥିଲେ । ଏହି ଆସନରେ କଂଗ୍ରେସ ପ୍ରାର୍ଥୀ ଚଭନ ୫୮,୬୭,୮୮ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ୫୮,୫୩,୩୧ ଖଣ୍ଡ ଭୋଟ ପାଇଥିଲେ । ଫଳରେ କଂଗ୍ରେସ ପ୍ରାର୍ଥୀ ଚଭନ ୧୪୫୭ ଖଣ୍ଡ ଭୋଟରେ ବିଜୟୀ ହୋଇଥିଲେ । କଂଗ୍ରେସ ପ୍ରାର୍ଥୀ ଶେଷ ମୁହୂର୍ତ୍ତରେ ଅବିଶ୍ୱସନୀୟ ଭାବେ ଏହି ଆସନରେ ବିଜୟର ସ୍ୱାଦ ଚାଖିଥିଲେ ।