fbpx

ବଜାରରେ ହୁ ହୁ ହୋଇ ବଢୁଛି ଅଦା- ରସୁଣ ଦର, ଗ୍ରାହକ ଅସନ୍ତୁଷ୍ଟ

ଭୁବନେଶ୍ୱର: ବଜାରରେ ହଠାତ ଅଦା ରଶୁଣ ଦର ବଢିଛି । ଏଥିରେ ଜନସାଧାରଣ ବହୁମାତ୍ରାରେ ପ୍ରଭାବିତ ହୋଇଛନ୍ତି । ପ୍ରତି ବର୍ଷ ଏହି ମେ’ ମାସରେ ରସୁଣ -ଅଦା ମୂଲ୍ୟ କିଲୋ ପିଛା ୪୦ ରୁ ୫୦ ଟଙ୍କା ଥିବା ବେଳେ ବର୍ତ୍ତମାନ ତାହା ବଢି ଆକାଶ ଛୁଆଁ ହୋଇଛି ।

ରାଜ୍ୟ ବ୍ୟବସାୟୀ ସଂଘର ସଂପାଦକ ସୁଧାକର ପଣ୍ଡା ସୂଚନା ଦେଇ କହିଛନ୍ତି ଯେ, ଉତ୍ପାଦନ କମ୍ ଥିବାରୁ ଏପରି ଦର ଅଚାନକ ବଢିଛି । ବର୍ତ୍ତମାନ ହୋସେଲ ଦର ଅଦା କିଲୋ ପିଛା ୨୦୦ ଟଙ୍କା ରହିବା ବେଳେ ରସୁଣ ଦର ୧୦୦ ଟଙ୍କା ରହିଛି । ଗ୍ରାହକମାନେ ଏହି ଅଦା ରସୁଣ କିଣିବା ପୂର୍ବରୁ ୧୦ ଥର ଭାବୁଛନ୍ତି । ଏଥିସହ ଆବଶ୍ୟକତା ଠାରୁ କମ କିଣିବାକୁ ଲୋକେ ବାଧ୍ୟ ହେଉଛନ୍ତି ।

ଅଦା ରସୁଣର ନୂଆ ଅମଳ ଆଉ ମାସେ-ଦୁଇ ମାସ ମଧ୍ୟରେ ଆସିବାର ଆଶଙ୍କା କରାଯାଉଛି। ଏହା ବଜାରକୁ ଆସିବା ପରେ ଦର କମିବ ବୋଲି କୁହାଯାଉଛି। ଅନ୍ୟପଟେ ସାଧାରଣ ଲୋକେ ରସୁଣ ଅଦା କିଣିବା ନେଇ ଅସନ୍ତୁଷ୍ଟ ପ୍ରକାଶ କରୁଛନ୍ତି।

Get real time updates directly on you device, subscribe now.