fbpx

ଏହି ବ୍ୟକ୍ତିଙ୍କ ପେଟର ଦାମ୍ ୪୨ ଲକ୍ଷ ଟଙ୍କା! ଏପରି କରିଥିଲେ କାରନାମା

ନୂଆଦିଲ୍ଲୀ: ଦୁନିଆରେ ଚୋରାଚାଲାଣ ବଢ଼ିବାରେ ଲାଗିଛି । ଯେଉଁ ଜିନିଷକୁ ବିକ୍ରି କରିବା ବେଆଇନ୍, କିମ୍ବା ଟ୍ୟାକ୍ସ ଦେବାକୁ ପଡିବ, ଯେହି ଜିନିଷକୁ ନେଇ ଚୋରା ଚାଲାଣକାରୀମାନେ ବ୍ୟବସାୟ କରୁଛନ୍ତି । ଲୋକମାନେ ବିଭିନ୍ନ ଉପାୟରେ ଜିନିଷକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବାରେ ଲାଗିଛନ୍ତି । ନିକଟରେ ଜଣେ ବ୍ୟକ୍ତି ଇମ୍ଫାଲ ବିମାନବନ୍ଦରରେ ସୁନା ଚୋରା କାରବାର କରୁଥିବାର ଧରାପଡିଛି । ସେହି ବ୍ୟକ୍ତି ଏପରି ଭାବରେ ସୁନା ନେଉଥିଲେ, ଯାହାକୁ ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

ସୂଚନା ମୁତାବକ, ସେହି ବ୍ୟକ୍ତିଜଣକ ଇମ୍ଫାଲରୁ ଦିଲ୍ଲୀ ଯିବା ପାଇଁ ବିମାନବନ୍ଦରକୁ ଯାଇଥିଲେ । ମହମ୍ମଦ ସରିଫ ନାମକ ଏହି ବ୍ୟକ୍ତିଙ୍କ କାର୍ଯ୍ୟକଳାପ ଉପରେ ସନ୍ଦେହ କରିଥିଲେ ବିମାନବନ୍ଦରର ସୁରକ୍ଷାକର୍ମୀ । ଚେକ୍ କରିବାକୁ ନିଆଯାଉଥିବା ବେଳେ ବି ସେ ବହୁତ ଡରିଯାଇଥିଲା । ଏଭଳି ପରିସ୍ଥିତିରେ ସିଆଇଏସଏଫ୍ ଓ କଷ୍ଟମ ଅଧିକାରୀମାନେ ତାକୁ ଧରିପକାଇଥିଲେ ଓ ଯାଞ୍ଚ କରିଥିଲେ । ପୋଷାକ କାଢ଼ିବା ପରେ ବି କିଛି ନମିଳିବାରୁ ମହମ୍ମଦର ଏକ୍ସ-ରେ କରାଯାଇଥିଲା ।

ଏକ୍ସ-ରେ ରେଜଲ୍ଟ ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ । ବ୍ୟକ୍ତିଙ୍କ ମଳଦ୍ୱାରରେ ପ୍ରାୟ ନଅ ଶହ ଆଠ ଗ୍ରାମ ସୁନା ଥିଲା , ଯାହାର ଦାମ୍ ପ୍ରାୟ ୪୨ ଲକ୍ଷ ଟଙ୍କାରୁ ଅଧିକ । ଏହି ସୁନାକୁ ପେଷ୍ଟ ଆକାରରେ ତାଙ୍କ ପେଟରେ ରଖାଯାଇଥିଲା । ଏହି ପେଷ୍ଟକୁ ଚାରି ଭାଗରେ ବିଭକ୍ତ କରି ଏକ ପ୍ୟାକେଟ୍ ତିଆରି କରି ମଳଦ୍ୱାରରେ ଲୁଚାଇ ରଖାଯାଇଥିଲା । ଏକ୍ସ-ରେ ଦେଖିବା ପରେ ପୋଲିସ ତାଙ୍କୁ ପଚରାଉଚରା କରିଥିଲା, ଯେଉଁଥିରେ ସେ ତାଙ୍କ ଅଭିଯୋଗ ସ୍ୱୀକାର କରିଥିଲେ । ସେ କହିଥିଲେ ଯେ ବହୁତ କଷ୍ଟରେ ସେ ସୁନା ପେଷ୍ଟକୁ ତଳଭାଗରେ ଭର୍ତ୍ତି କରିଥିଲେ । ଏହା ପରେ କଷ୍ଟମ ଅଧିକାରୀମାନେ ତାଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଥିଲେ ।

Get real time updates directly on you device, subscribe now.