fbpx

୨୦ ବର୍ଷ ମଧ୍ୟରେ ଦେଶରେ ସର୍ବନିମ୍ନ ଗହମ ଉତ୍ପାଦନ, କ’ଣ ହେବ ଏହାର ପ୍ରଭାବ?

ନୂଆଦିଲ୍ଲୀ: ଭାରତରେ ଗହମ ଉତ୍ପାଦନର ସରକାରୀ ତଥ୍ୟ ଜାରି ହୋଇଛି । ଭୀଷଣ ଗରମ କାରଣରୁ ଭାରତରେ ଦୀର୍ଘ ୨୦ ବର୍ଷ ମଧ୍ୟରେ ସବୁଠୁ କମ୍ ଗହମ ଉତ୍ପାଦନ ହେଇଛି । ଗହମର ସର୍ବାଧିକ ଉତ୍ପାଦନ ପଞ୍ଜାବ, ହରିୟାଣା ଏବଂ ଉତ୍ତରପ୍ରଦେଶ ରେ ମଧ୍ୟ ଏଥର ଭଲ ଗହମ ଉତ୍ପାଦନ ହୋଇନାହିଁ । ପ୍ରବଳ ଖରା ଯୋଗୁଁ ଗହମ ଫସଲ ନଷ୍ଟ ହୋଇଛି ।

ଗହମ ଫସଲ ପ୍ରବଳ ଖରା କାରଣରୁ ବାଦାମୀ ରଙ୍ଗର ହୋଇଯାଇଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୂଯାୟୀ, ପଞ୍ଜାବର ଗହମ ଚାଷୀ କହିଛନ୍ତି ଯେ ସେମାନଙ୍କ ଫସଲ ସୁନା ହଳଦିଆ ରଙ୍ଗ ଏବଂ ପରେ ବାଦାମୀ ରଙ୍ଗରେ ପରିବର୍ତ୍ତନ ହୋଇଥିଲା । ଯାହା ଫସଲ ଏବଂ ଦାନା ଶୁଖିଯିବାର ସଙ୍କେତ ।

୨୦୧୦ ରୁ ଠାରୁ ଅଧିକ କ୍ଷତି:

ତଥ୍ୟ ଅନୂଯାୟୀ ପଞ୍ଜାବ, ହରିୟାଣା  ଏବଂ ଉତ୍ତର ପ୍ରଦେଶ ରେ ଗହମର ଉତ୍ପାଦନରେ ଦଶନ୍ଧି ପରେ ସବୁଠୁ ଅଧିକ ହ୍ରାସ ହୋଇଛି । ବିଶେଷଜ୍ଞଙ୍କ କହିବା ଅନୂଯାୟୀ, ଚଳିତ ବର୍ଷ ହୋଇଥିବା କ୍ଷତି ୨୦୧୦ ଠାରୁ ମଧ୍ୟ ବଡ଼ । ୨୦୧୦ ରେ ଏହିଭଳି ହିଟୱେଭ୍ ଦେଖାଯାଇଥିଲା । ବିଶେଷଜ୍ଞଙ୍କ ଅନୁଯାୟୀ ଗହମ ଭଳି ମୁଖ୍ୟ ଫସଲ ଉପରେ ଜଳବାୟୁର ପ୍ରଭାବ ଭାରତ ଲମ୍ବା ଅବଧି ରେ ଭାରତର ଖାଦ୍ୟ ସୁରକ୍ଷା ପାଇଁ ଠିକ୍ ନୁହେଁ ।

ତେବେ କ୍ରପ୍ କଟିଂ ଏକ୍ସପେରିମେଣ୍ଟ ମାଧ୍ୟମରେ ଜାରି ହୋଇଥିବା ତଥ୍ୟ ଆଧାରରେ ବିଶେଷଜ୍ଞ ମାନେ କହିଛନ୍ତି ଯେ ଏହାର ଦୀର୍ଘକାଳୀନ ପ୍ରଭାବ ଦେଖିବାକୁ ମଳିପାରୋ । ଯେଉଁ ଅଞ୍ଚଳରେ ଅଧିକ ଗହମ ଚାଷ ହୁଏ ତାହା ଭୌଗୋଳିକ ଭାବରେ ପ୍ରଭାବିତ ହୋଇପାରେ । ଏହା ବ୍ୟତୀତ ଆର୍ଥିକ ଦୃଷ୍ଟିକୋଣରୁ ଦେଖାଗଲେ ସାଧାରଣ ଲୋକଙ୍କ ଉପରେ ବଜେଟକୁ ଏହା ପ୍ରଭାବିତ କରିପାରେ । କମ୍ ଉତ୍ପାଦନର ଅର୍ଥ ବଜାରରେ ଗହମ ଅଭାବ ଏବଂ ଦାମ ବୃଦ୍ଧି । ଏହାର ପ୍ରଭାବ କୃଷକଙ୍କ ଉପରେ ମଧ୍ୟ ପଡ଼ୁଛି । ଚାଷୀ କହିଛନ୍ତି ଯେ ସେମାନଙ୍କୁ ୧୨-୧୮ ହଜାର ପ୍ରତି କ୍ୱିଣ୍ଟାଲ ପିଛା କ୍ଷତି ହୋଇଛି ।

Get real time updates directly on you device, subscribe now.