fbpx

CPET-2024 ଶିଡ୍ୟୁଲ ବଦଳିଲା: SSB ଘୋଷଣା କଲା ନୂଆ ପରୀକ୍ଷା ତାରିଖ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ପରିଚାଳିତ କମନ୍ ପୋଷ୍ଟ ଗ୍ରାଜୁଏଟ ଏଣ୍ଟ୍ରାନ୍ସ ଟେଷ୍ଟ (ସିପିଇଟି) ୨୦୨୪ର ଶିଡ୍ୟୁଲରେ ପରିବର୍ତ୍ତନ କରାଯାଇଛି । ସିପିଇଟି-୨୦୨୪ ଆସନ୍ତା ୮ ତାରିଖ (ସୋମବାର) ଦିନ ହେବା ପୂର୍ବରୁ ସ୍ଥିରୀକୃତ ହୋଇଥିଲା । ମାତ୍ର ଉକ୍ତ ଶିଡ୍ୟୁଲରେ ପରିବର୍ତ୍ତନ କରାଯାଇଛି । ଏନେଇ ରାଜ୍ୟ ଚୟନ ବୋର୍ଡ (ଏସଏସବି) ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି ।

ଏସଏସବିର ନୂଆ ବିଜ୍ଞପ୍ତି ମୁତାବକ, ଆସନ୍ତା ୧୫ ତାରିଖ (ସୋମବାର) ଦିନ ସିପିଇଟି-୨୦୨୪ ଅନୁଷ୍ଠିତ ହେବ । ଏହି ପରୀକ୍ଷାର ବିଷୟ ଓ ଶିଟିଂରେ କୌଣସି ପରିବର୍ତ୍ତନ ହେବ ନାହିଁ । ଆସନ୍ତା ୮ ତାରିଖ ଦିନକୁ ରାଜ୍ୟ ସରକାର ସରକାରୀ ଛୁଟି ଘୋଷଣା କରିଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି । ଚଳିତ ବର୍ଷ ରଥଯାତ୍ରା ପାଇଁ ଜୁଲାଇ ୭ ଓ ୮ ଦୁଇଦିନ ଛୁଟି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତେଣୁ ଛୁଟିକୁ ଦୃଷ୍ଟିରେ ରଖି ସିପିଇଟି-୨୦୨୪ ଶିଟ୍ୟୁଲ ପରିବର୍ତ୍ତନ କରିବା ନିଷ୍ପତ୍ତି ନିଆଯାଇଛି ।

ଶିଡୁଲ୍ୟ ପରିବର୍ତ୍ତନ ଲିଙ୍କ: https://ssbodisha.ac.in/wp-content/uploads/2024/07/Rescheduling-of-Programme-of-CPET-2024-dated-08-07-2024.pdf

Get real time updates directly on you device, subscribe now.