(Video) ଚଳନ୍ତା ଟ୍ରେନରେ ଯୁବତୀଙ୍କୁ ଘୋଷାଡ଼ି-ଘୋଷାଡ଼ି ମାଡ଼ ମାରିଲେ ଏକାଧିକ ଯୁବକ

ସୋସିଆଲ ମିଡିଆରେ ଭିଡିଓ ଭାଇରାଲ । ଯୁବତୀଙ୍କ ଉପରେ ବସିଲା ବିଧା ଗୋଇଠା ।

କିଭ୍: କିଭ ମେଟ୍ରୋରେ ଏକ ଜଘନ୍ୟ ଘଟଣା ସାମ୍ନାକୁ ଆସିଛି । ଜଣେ ଯୁବତୀଙ୍କୁ କିଛି ଲୋକ ଚଳନ୍ତା ଟ୍ରେନରେ ମାଡ଼ ମାରୁଥିବା ଦେଖିବାକୁମ ିଳିଛି ।

ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ପ୍ରସାରିତ ଖବର ମୁତାବକ ଯୁବତୀ ଜଣକ ରୁଷିଆ ସ୍ଲୋଗାନ୍ ଗାନ କରିବା କାରଣରୁ ପ୍ରଥମେ ଜଣେ ଯୁବକ ତାଙ୍କୁ ଚାପୁଡା ଓ ଗୋଇଠା ମାରିଲେ । ସେଠାରେ ଥିବା ଜଣେ ମହିଳା ଯୁବକଙ୍କ ଅଟକାଇବରୁ ଆଉ ୨ ଜଣ ଯୁବତ ଉକ୍ତ ଯୁବତୀଙ୍କୁ ଟାଣି ତଳେ ପକାଇ ଦେଲେ ।

ଏହାପରେ ଯୁବକମାନେ ମିଶି ଉକ୍ତ ଯୁବତୀଙ୍କୁ ଟଣା, ଘୋଷଡ଼ା କରି ମାରଧର କରିଥିଲେ । ଯୁବତୀଙ୍କୁ ମାଡ଼ ମରାଯାଉଥିବାବେଳେ ସେଠାରେ ଉପସ୍ଥିତ ଲୋକ ଖୁସି ହୋଇ ଚିକ୍ରାର କରୁଥିବା ଖବର ପ୍ରକାଶ ପାଇଛି ।

ସେଠାରେ ଉପସ୍ଥିତ ଲୋକଙ୍କ ପ୍ରତିକ୍ରିୟା ଅନୁସାରେ, ଉକ୍ତ ଯୁବତୀ ଜଣକ ଉସୁକାଇଲାଭଳି ଶବ୍ଦର ବ୍ୟବହାର କରୁଥିଲେ । ଯେଉଁଥିରେ ରାଗି ଯାଇ ଲୋକମାନେ ମାଡ଼ ମାରିଥିବା କୁହାଯାଉଛି ।

ଘଟଣା ଲୋକ ଲୋଚନକୁ ଆସିବା ପରେ ୟୁକ୍ରେନ୍ ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ କରାଯାଇଛି । ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ସେ ପ୍ରତିଶ୍ରୁତି ଦେଇଛନ୍ତି ।