fbpx

କଂଗ୍ରେସରୁ ୬ ବର୍ଷ ପାଇଁ ବହିଷ୍କୃତ ହେଲେ କଟକ ଜିଲ୍ଲା ସଭାପତି ମାନସ ଚୌଧୁରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୯ ତାରିଖରେ କେନ୍ଦ୍ରରେ ନୂଆ ପ୍ରଧାନମନ୍ତ୍ରୀଙ୍କ ସମେତ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ କରିବାକୁ ଯାଉଥିବା ବେଳେ ୧୦ରେ ଓଡ଼ିଶାରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ । ଏଭଳି ସ୍ଥିତିରେ କଂଗ୍ରେସ ଶିବିରରୁ ଆସିଛି ଏକ ବଡ଼ ଖବର । କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ ୬ ବର୍ଷ ପାଇଁ ଦଳରୁ ବହିଷ୍କୃତ ହୋଇଛନ୍ତି । ଅନୁଶାସନହୀନତା ଓ ଦଳବିରୋଧୀ କାର୍ଯ୍ୟରେ ଲିପ୍ତ କାରଣରୁ ମାନସଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ମାନସଙ୍କ ଉପରେ ଆକ୍ସନ ନେଇ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ଅନୁମୋଦନ କରିଛି । ଏ ବାବଦରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଶରତ ପଟ୍ଟନାୟକ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛନ୍ତି ।

ଅନ୍ୟପକ୍ଷରେ ଦଳରୁ ବହିଷ୍କାର ପରେ ପିସିସି ସଭାପତି ଓ ପ୍ରଭାରୀ ଅଜୟ କୁମାରଙ୍କ ଉପରେ ପ୍ରତିକ୍ରିୟା ଦେଇଛନ୍ତି ମାନସ । ଟିକେଟ ବାଣ୍ଟିବା ସମୟରେ ଆସିଥିବା ଦଳୀୟ ଟଙ୍କା ନ ବାଣ୍ଟି ପ୍ରଭାରୀ ଓ ପିସିସି ସଭାପତି ଜାଲ ଦସ୍ତଖତ କରି ଟଙ୍କା ବାଣ୍ଟି ନେଇଥିବା ସେ ଅଭିଯୋଗ କରିଛନ୍ତି । ଏନେଇ ସେ ରାହୁଲ ଗାନ୍ଧୀ, ଏଆଇସିସି ସଭାପତି ଓ ସାଧାରଣ ସମ୍ପାଦକଙ୍କୁ ଚିଠି ଲେଖିଛନ୍ତି ବୋଲି କହିଛନ୍ତି ।

Get real time updates directly on you device, subscribe now.