ଆଉ ମାତ୍ର ଆଳ୍ପ ସମୟରେ ଲ୍ୟାଣ୍ଡ ଫଲ୍ କରିବ ଆଲଫ୍ରେଡ୍, ସମୁଦ୍ର କୂଳକୁ ଗଲେ ୮ ଲକ୍ଷ ଜରିମାନା

୨୫ ଲକ୍ଷ ହେବେ ପ୍ରଭାବିତ । ଆଜି କରିବ ଲ୍ୟାଣ୍ଡଫଲ୍ ।

କାନବେରା: ଅଷ୍ଟ୍ରେଲିଆର ପୂର୍ବତଟରେ ବାତ୍ୟା ଆଲଫ୍ରେଧଡ ବିପଦ ମାଡ଼ିଆସୁଛି । ଲକ୍ଷାଧିକ ଲୋକ ଛାନଆ ହୋଇପଡ଼ିଛନ୍ତି । ଭିଶଣ ବେଗରେ ପବନ ବହିବା ସହ ସମୁଦ୍ର ଜୁଆର ବଢ଼ିବାରେ ଲାଗିଛି । ସମୁଦ୍ର ଲହରୀ ଯୋଗୁଁ ତଟବର୍ତ୍ତୀ ଇଲାକାରେ ବାସ କରୁଥିବା ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

 

ଲ୍ୟାଣ୍ଡଫଲ୍: ଗତ ୫୦ ବର୍ଷ ଭିତରେ ଏପରି ବିଶାଳ ବାତ୍ୟ ଆଶଙ୍କା ଥିବା କୁହାଯାଉଛି । ଶୁକ୍ରବାର ବିଳମ୍ବିତ ରାତି କିମ୍ବା ଶନିବାର ସକାଳେ ବାତ୍ୟା ଆଲଫ୍ରେଡୋ ଲ୍ୟାଣ୍ଡଫଲ୍ କରିବା ନେଇ ଆଶଙ୍କା ରହିଛି ।

ଦେବ ଫାଇନ: ବାତ୍ୟା ପ୍ରଭାବରେ ଉତ୍ତର-ନ୍ୟୁ ସାଉଥ୍ ୱେଷ୍ଟରେ ଜୋରରେ ପବନ ବହିବା ଦ୍ୱାରା ୩୫, ୦୦୦ ଘରୁ ବିଜୁଳି ସଂଯୋଗ କଟିଯାଇଛି । ଲୋକଙ୍କ ପାଖରେ ଆବଶ୍ୟକୀୟ ସହାୟତା ଯୋଗାଇବା ପାଇଁ ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି ରହିଛି ।

ଲୋକଙ୍କୁ ସମୁଦ୍ର ନ ଯିବା ପାଇଁ ବାରଣ କରାଯାଇଥିବାବେଳେ ସମୁଦ୍ର ପାଖକୁ ଗଲେ ୧୦,୦୦୦ (୮.୭୧ ଲକ୍ଷ ଟଙ୍କା ) ଜରିମାନା ଆଦାୟ କରାଯିବ ବୋଲି କୁହାଯାଇଚି । ପାଖାପାଖି ୨୫ ଲକ୍ଷ ଲୋକଙ୍କ ଉପରେ ଏବେ ଆଲଫ୍ରେଡର ବିପଦ ରହିଛି ।