fbpx

ବାତ୍ୟା ‘ୟଶ୍’ ମୁକାବିଲା ପାଇଁ ବାଲେଶ୍ୱର ଓ ଭଦ୍ରକ ଗଲେ ୨୮ ଡାକ୍ତର

Advertisement

ଭୁବନେଶ୍ୱର (ଓଡ଼ିଶା ଭାସ୍କର) : ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲା ବାଲେଶ୍ୱର ଓ ଭଦ୍ରକକୁ ଅତିରିକ୍ତ ଡାକ୍ତର ପଠାଇଛନ୍ତି ରାଜ୍ୟ ସରକାର । ବାତ୍ୟା ବେଳେ କୋଭିଡ୍‌ ସୁରିଚାଳନା ପାଇଁ ଏହି ଦୁଇ ଜିଲ୍ଲାକୁ ୨୮ ଜଣ ଡାକ୍ତରଙ୍କୁ ପଠାଯ଼ାଇଛି । ଏହି ଡାକ୍ତରଙ୍କ ମଧ୍ୟରୁ ୮ ଜଣ ପୋଷ୍ଟ ପିଜିଡାକ୍ତର ଓ ୨୦ ଜଣ ଇଂଟର୍ଣ୍ଣ ଡାକ୍ତର ରହିଛନ୍ତି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିର୍ଦ୍ଦେଶ ନାମାଜାରି କରାଯାଇଛି । ୮ ଜଣ ପୋଷ୍ଟ ପିଜି ଡାକ୍ତରଙ୍କ ମଧ୍ୟରୁ ୪ ଜଣ ଲେଖାଏଁ ଭଦ୍ରକ ଜିଲ୍ଲା ଓ ବାଲେଶ୍ୱର ଜିଲ୍ଲାକୁ ଯ଼ିବେ । ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅବସ୍ଥାପିତ କରାଯାଇଛି । ସେହିପରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଓ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ୧୦ ଜଣ ଲେଖାଲଁ ଇଂଟର୍ଣ୍ଣ ଡାକ୍ତରଙ୍କୁ ପଠାଯାଇଛି ।

Get real time updates directly on you device, subscribe now.