fbpx

DA Hikeକୁ ନେଇ ଆସିଲା ବଡ଼ ଅପଡେଟ୍: କର୍ମଚାରୀଙ୍କର ମହଙ୍ଗା ଭତ୍ତା କେତେ ପ୍ରତିଶତ ବଢ଼ିବ, କେଉଁ ତାରିଖରେ ଘୋଷଣା ହେବ, ଜାଣନ୍ତୁ

ନୂଆଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର । ପୁଣି ଥରେ କର୍ମଚାରୀଙ୍କର ମହଙ୍ଗା ଭତ୍ତା ବୃଦ୍ଧି ହେବାକୁ ଯାଉଛି । ତେବେ ଆସନ୍ତା ଅଗଷ୍ଟରେ ହେବାକୁ ଥିବା କ୍ୟାବିନେଟ ବୈଠକରେ ଏନେଇ ଘୋଷଣା ହୋଇପାରେ । କର୍ମଚାରୀଙ୍କ ବେତନରେ ୪୦ ହଜାର ବୃଦ୍ଧି ହେବା ନେଇ ଶୁଣାଯାଉଛି ।

ଅଲ ଇଣ୍ଡିଆ କଞ୍ଜ୍ୟୁମର ପ୍ରାଇସ୍ ଇଣ୍ଡେକ୍ସ (ଏଆଇସିପିଆଇ )ର ରିପୋର୍ଟ ମୁତାବକ, କର୍ମଚାରୀଙ୍କର ମହଙ୍ଗା ଭତ୍ତା (ଡିଏ)ରେ ବୃଦ୍ଧି ହେବ । ଅଗଷ୍ଟ ୩ରେ ହେବାକୁ ଥିବା କ୍ୟାବିନେଟ ବୈଠକରେ ଏନେଇ ଘୋଷଣା ହୋଇପାରେ । ତେବେ ଅତିକମରେ ୬ ପ୍ରତିଶତ ଡିଏ ବୃଦ୍ଧି ହେବ ବୋଲି କୁହାଯାଉଛି । ଏପ୍ରିଲ ପରେ ମେ ମାସରେ ଏଆଇସିପିଆଇ ଇଣ୍ଡେକ୍ସ ନମ୍ବରରେ ବୃଦ୍ଧି ଘଟିଛି । ଏଥିରେ ୧.୩ ପଏଣ୍ଟ ବୃଦ୍ଧି ପାଇ ୧୨୯ ପଏଣ୍ଟରେ ପହଞ୍ଚିଛି । ଜୁଲାଇ ମାସରେ ଯଦି ଏଆଇସିପିଆଇ ଇଣ୍ଡେକ୍ସ ହ୍ରାସ ନ ଘଟେ ତେବେ ଡିଏ ୬ ପ୍ରତିଶତ ବଢ଼ିବା ସୁନିଶ୍ଚିତ ।

ଏକ ୱେବସାଇଟର ଆକଳନ ଅନୁଯାୟୀ, ଯଦି ଡିଏ ୬ ପ୍ରତିଶତ ବଢ଼େ, ତେବେ କେନ୍ଦ୍ରୀୟ କମର୍ଚାରୀଙ୍କ ଡିଏ ୩୪ ପ୍ରତିଶତରୁ ୪୦ ପ୍ରତିଶତରେ ପହଞ୍ଚିଯିବ । ଏହାଫଳରେ ସାଲାରି ଷ୍ଟ୍ରକଚରରେ କିଛିଟି ପରିବର୍ତ୍ତନ ଦେଖିବାକୁ ମିଳିଛି । ତେବେ ଜୁଲାଇ ମାସ ୩୧ ତାରିଖରେ ଡିଏ ବୃଦ୍ଧି ନେଇ ଘୋଷଣା ହୋଇପାରେ । ଏହାଫଳରେ ସର୍ବନିମ୍ନ ବେସିକ ସାଲାରି ୧୮ ହଜାର ରହିବ ଓ ସର୍ବାଧିକ ବେସିକ ସାଲାରି ୫୬ ହଜାର ୯୦୦ରେ ପହଞ୍ଚିବ । କର୍ମଚାରୀଙ୍କର ସର୍ବାଧିକ ବାର୍ଷିକ ବେତନରେ ୪୦ ହଜାର ୯୬୮ ଟଙ୍କା ବୃଦ୍ଧି ଘଟିବ ।

Get real time updates directly on you device, subscribe now.