ଦିଲ୍ଲୀ ବିଧାନସଭା ନିର୍ବାଚନ: ବିଜେପି ଜାରି କଲା ପ୍ରଥମ ପ୍ରାର୍ଥୀ ତାଲିକା, କେଜରିୱାଲଙ୍କ ବିପକ୍ଷରେ ଲଢ଼ିବେ ପରଭେଶ

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ସରଗରମ ରାଜନୈତିକ ମାହୋଲ । ଜାଣନ୍ତୁ କାହାକୁ ମିିଳଛି ଟିକେଟ୍ ।

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବାଜିଲାଣି ବିଗୁଲ । ବିଜେପି ଏହାର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ଏହି ତାଲିକାରେ ୨୯ ପ୍ରାର୍ଥୀଙ୍କ ନାଁ ସାମିଲ ରହିଛି ।

ଆପ୍ ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ବିଜେପି ପରଭେଣ ବର୍ମାଙ୍କୁ ଟିକେଟ୍ ପ୍ରଦାନ କରିଛି । ସେହିପରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ବିପକ୍ଷରେ ବିଜେପି ରମେଶ ବିଧୁଡ଼ିଙ୍କୁ ଟିକେଟ୍ ପ୍ରଦାନ କରିଛି । ଏନେଇ ଏଏନଆଇ ‘ଏକ୍ସ’ରେ ଏକ ପୋଷ୍ଟ ଶେୟାର କରିଛି ।

କେଉଁ ପ୍ରାର୍ଥୀଙ୍କୁ ମିଳିଛି ଟିକେଟ ? 

ବିଜେପିର ପ୍ରଥମ ପ୍ରାର୍ଥୀ ତାଲିକାରେ ଆଦର୍ଶ ନଗର ଆସନରୁ ରାଜ କୁମାର ଭାଟିଆ, ବାଦଲି ଆସନରୁ ଦୀପକ ଚୌଧୁରୀ, ନୂଆଦିଲ୍ଲୀ ଆସନରୁ ପରଭେଶ ବର୍ମା, କାଲକାଜି ଆସନରୁ ରମେଶ ବିଧୁଡ଼ି, ବିଜୱାସନ ଆସନରୁ କୈଳାଶ ଗେହଲଟ୍, ମାଲଭୀୟ ନଗର ଆସନରୁ ସତୀଶ ଉପାଧ୍ୟାୟ, ଗାନ୍ଧିନଗର ଆସନରୁ ଅରବିନ୍ଦର ସିଂହ ଲଭଲି, ମଙ୍ଗୋଲପୁରି ଆସନରୁ ରାଜକୁମାର ଚୌହାନ, ରୋହିଣୀ ଆସନରୁ ବିଜେନ୍ଦ୍ର ଗୁପ୍ତା, କରୋଲ ବାଗ୍ ଆସନରୁ ଦୁଷ୍ୟନ୍ତ ଗୌତମ, ରାଜୌରୀ ଗାର୍ଡ଼ନ ଆସନରୁ ମନଜିନ୍ଦର ସିଂହ ସିରସା, ଜନକପୁରି ଆସନରୁ ଆଶିଷ ସୁଦଙ୍କୁ ଟିକେଟ୍ ଦିଆଯାଇଛି । ଏହା ବ୍ୟତୀତ ପ୍ରାର୍ଥୀ ତାଲିକାରେ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କ ନାଁ ସାମିଲ ରହିଛି ।