ଟ୍ୱିନସିଟିରେ ଘନ କୁହୁଡ଼ି ଆସ୍ତରଣ, ଦେଖାଯାଉନି ରାସ୍ତା ଘାଟ, ଯାତାୟତ ବାଧାପ୍ରାପ୍ତ

ଘନ କୁହୁଡ଼ି ପାଇଁ ଯାତାୟତ ବାଧାପ୍ରାପ୍ତ, ଭୁବନେଶ୍ୱରରେ ପ୍ରବଳ କୁହୁଡ଼ି

ଭୁବନେଶ୍ୱର: ରାଜଧାନୀ ଭୁବେଶ୍ବରରେ ଘନ କୁହୁଡ଼ି। ପୁରୀରେ ବି ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି। ଏହି ଘନ କୁହୁଡ଼ି ପାଇଁ ଦେଖାଯାଉ ନାହିଁ ରାସ୍ତାଘାଟ। ଯାତାୟତରେ ବାଧାପ୍ରାପ୍ତ।

ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ସକାଳୁ ଘନ କୁହୁଡ଼ି ଦେଖିବାକୁ ମିଳିଛି। ଗତକାଲି ପାଣିପାଗ ବିଭାଗ ଘନକୁହୁଡ଼ି ପାଇଁ ୧୮ ଜିଲ୍ଲାକୁ ସତର୍କତା କରି କରିଥିଲା।

ଘନ କୁହୁଡ଼ି ପାଇଁ ୧୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଥିଲା ପାଣିପାଗ ବିଭାଗ। ୨୪ ଘଣ୍ଟାରେ ଘନ କୁହୁଡ଼ି ହେବ ବୋଲି ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଥିଲା।

ଏହି ଜିଲ୍ଲା ଗୁଡ଼ିକ ହେଲେ- କୋରାପୁଟ, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଅନୁଗୁଳ, କଟକ, ଢେଙ୍କାନାଳ, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କେନ୍ଦୁଝର, ସୁନ୍ଦରଗଡ଼ ଓ ଦେବଗଡ଼। ଏହି ଜିଲ୍ଲା ଗୁଡ଼ିକୁ ସତର୍କ କରାଇଥିଲା ପାଣିପାଗ ବିଭାଗ।