fbpx

ବିଜେପିରୁ ବହିଷ୍କୃତ ହେଲେ ଧର୍ମଶାଳା ସ୍ୱାଧୀନ ବିଧାୟକ ପ୍ରାର୍ଥୀ ହିମାଂଶୁ ଶେଖର ସାହୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ମାସ ୧ ତାରିଖରେ ରାଜ୍ୟରେ ଅନ୍ତିମ ତଥା ଚତୁର୍ଥ ପର୍ଯ୍ୟାୟ ମତଦାନ ହେବାକୁ ଯାଉଥିବା ବେଳେ ସେନେଇ ବିଭିନ୍ନ ଦଳର ପ୍ରାର୍ଥୀମାନେ ଜୋରସୋରରେ ପ୍ରଚାର କାର୍ଯ୍ୟରେ ଲାଗିପଡ଼ିଛନ୍ତି । ମତଦାନ ସରିବାର ୨ ଦିନ ପରେ ଜୁନ୍ ୪ରେ ଫଳାଫଳ ଘୋଷଣା ହେବ । ତେଣୁ ନିର୍ବାଚନ ଫଳାଫଳ କ’ଣ ହେବ ସେନେଇ ନେତାମାନେ ଏବେ ଚିନ୍ତାରେ ରହିଛନ୍ତି । ତେବେ ଏହା ମଧ୍ୟରେ ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର ।

ଧର୍ମଶାଳା ବିଧାନସଭା ଆସନର ସ୍ୱାଧୀନ ବିଧାୟକ ପ୍ରାର୍ଥୀ ତଥା ଉକ୍ତ ଅଞ୍ଚଳର ଟାଣୁଆ ନେତା ହିମାଂଶୁ ଶେଖର ସାହୁଙ୍କ ଉପରେ ବିଜେପି ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ବିଜେପିରୁ ହିମାଂଶୁଙ୍କୁ ବହିଷ୍କାର କରାଯାଇଥିବା ନେଇ ଖବର ପ୍ରକାଶ ପାଇଛି । ଧର୍ମଶାଳାରେ ହିମାଂଶୁଙ୍କର ବେଶ୍ ଦବଦବା ରହିଥିବା ବେଳେ ତାଙ୍କର ଏକ ବଡ଼ ସଂଗଠନ ରହିଛି । ମାତ୍ର ଏଥର ହିମାଂଶୁଙ୍କୁ ଟିକେଟ ଦିଆଯାଇ ନଥିଲା । ଧର୍ମଶାଳା ଆସନ ପାଇଁ ସ୍ମୃତିରେଖା ପାହିଙ୍କୁ ବିଜେପି ପ୍ରାର୍ଥୀ ଘୋଷଣା କରିଥିଲା । ଏହାପରେ ହିମାଂଶୁ ଅସନ୍ତୋଷ ପ୍ରକାଶ କରିବା ସହ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପହଞ୍ଚି ଟିକେଟ ବଦଳାଇବାକୁ ଦାବି କରିଥିଲେ । ମାତ୍ର ଦଳ କୌଣସି ନିଷ୍ପତ୍ତି ନନେବାରୁ ଶେଷରେ ହିମାଂଶୁ ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିଲେ । ତେଣୁ ଆଜି ବିଜେପି ହିମାଂଶୁଙ୍କୁ ଦଳରୁ ବହିଷ୍କୃତ କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.