fbpx

୩୪,୦୦୦ କୋଟିର ବ୍ୟାଙ୍କ ଠକେଇ ମାମଲା: DHFL ର ପୂର୍ବତନ ନିର୍ଦ୍ଦେଶକଙ୍କୁ ଗିରଫ କଲା ସିବିଆଇ

Advertisement

ନୂଆଦିଲ୍ଲୀ: ୩୪୦୦୦ କୋଟି ଟଙ୍କାର ବ୍ୟାଙ୍କିଙ୍ଗ ଫ୍ରଡ ମାମଲାରେ ସିବିଆଇ ଡିଏଚଏଫଏଲର ପୂର୍ବତନ ଡାୟରେକ୍ଟର ଧୀରଜ ୱାଧାୱାନଙ୍କୁ ଗିରଫ କରିଛି । ଧୀରଜ ଧନବାନଙ୍କୁ ମୁମ୍ବାଇରେ ସୋମବାର ୧୩ ମେ ୨୦୨୪ରେ ଗିରଫ କରାଯାଇଥିଲା । ମଙ୍ଗଳବାର ଦିନ ତାଙ୍କୁ ଦିଲ୍ଲୀ ସ୍ପେଶାଲ କୋର୍ଟରେ ହାଜର କରାଯାଇଛି, ଯେଉଁଠାରେ ଅଦାଲତ ତାଙ୍କୁ ନ୍ୟାୟିକ ହେପାଜତରେ ପଠାଇଛନ୍ତି ।

୩୪,୦୦୦ କୋଟି ଟଙ୍କାର ୧୭ଟି ବ୍ୟାଙ୍କର କନସୋର୍ଟିୟମରୁ ଠକେଇ ମାମଲାରେ ସିବିଆଇ ପୂର୍ବରୁ ହିଁ ମାମଲା ରୁଜ୍ଜୁ କରିଛନ୍ତି । ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆ ଏହି ବ୍ୟାଙ୍କର କନସୋର୍ଟିୟମର ଲିଡ୍ କରୁଛି । ବ୍ୟାଙ୍କ ଫ୍ରଡ ମମଲାରେ ସିବିଆଇର ଚାର୍ଜସିଟରେ ୨୦୨୨ରେ ହିଁ ଧୀରଜ ୱାଧାୱାନଙ୍କ ନାମକୁ ସାମିଲ କରାଯାଇଥିଲା । ଦେଶର ବ୍ୟାଙ୍କିଙ୍ଗ ଇତିହାସରେ ଏହାକୁ ସବୁଠାରୁ ବଡ଼ ଫ୍ରଡ ବୋଲି କୁହାଯାଉଛି । ଏହା ପୂର୍ବରୁ ମଧ୍ୟ ସିବିଆଇ ଧୀରଜ ୱାଧାୱାନଙ୍କୁ ୟେସ ବ୍ୟାଙ୍କ ଠକେଇ ମାମଲାରେ ଗିରଫ କରାଯାଇଥିଲା ଏବଂ ଏହି ମାମଲାରେ ସେ ଜାମିନରେ ଥିଲେ ।

ସିବିଆଇ ନୂଆ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟର ସ୍ପେଶାଲ କୋର୍ଟରେ ଡିଏଚଏଫଏଲ ସିଏମଡି କପିଲ ୱାଧାୱାନ ଏବଂ ନିର୍ଦ୍ଦେଶକ ଧୀରଜ ୱାଧାୱାନଙ୍କ ସମେତ ମୋଟ ୭୪ ଜଣ ଏବଂ ୫୭ ଟି କମ୍ପାନୀ ବିରୋଧରେ ଚାର୍ଜସିଟ ଦାଖଲ କରିଥିଲା । ଏଥିରେ ୧୭ଟି ବ୍ୟାଙ୍କରେ ଠକେଇ କରିବାର ଅଭିଯୋଗ ରହିଛି । ଚାର୍ଜସିଟରେ ସିଇଓ ହରଶିଲ ମେହତା ନାମକ ବ୍ୟକ୍ତିଙ୍କୁ ମଧ୍ୟ ସାମିଲ କରାଯାଇଥିଲା ।

Get real time updates directly on you device, subscribe now.