fbpx

ପ୍ରାକୃତିକ ଉପାୟରେ ଡିମ୍ପଲ ପାଇବାକୁ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ଉପାୟ

ଗାଲରେ ଡିମ୍ପଲ ଭଳି ସ୍ମାଇଲ କିଏ ବା ନଚାହେଁ । ଗାଲରେ ଡିମ୍ପଲ ପଡିବା ସୁନ୍ଦର ଝିଅମାନଙ୍କ ପରିଚୟ ହୋଇଥାଏ । ଅନେକ ମହିଳା ସୁନ୍ଦର ଦେଖାଯିବା ପାଇଁ ଏନେଇ ଅସ୍ତ୍ରୋପଚାର ମଧ୍ୟ କରାଇଥାନ୍ତି ।କିନ୍ତୁ ଆପଣ ଚାହିଁଲେ ପ୍ରାକୃତିକ ଉପାୟରେ ବି ଡିମ୍ପଲ କରିପାରିବେ । ଜାଣନ୍ତୁ କିପରି..
୧. ଗାଲର ଏକ୍ସରସାଇଜ୍

୧୫ ମିନିଟ ପାଇଁ ପ୍ରତିଦିନ ଆପଣଙ୍କ ଗାଲରେ ଏକ୍ସରସାଇଜ୍ କରନ୍ତୁ, ଯାହା ଦ୍ୱାରା ଆପଣ ଗାଲରେ ଡିମ୍ପଲ୍ ପାଇପାରିବେ । ଏଥିପାଇଁ, ଆପଣ ନିଜ ଗାଲକୁ ଭିତରକୁ ଟାଣନ୍ତି ଏବଂ ଓଠକୁ ବାହାରକୁ ଫୁଲାଇ ଦିଅନ୍ତି । ଏହା କରିବା ଦ୍ୱାରା ଧୀରେ ଧୀରେ ଗାଲ ଉପରେ ଡିମ୍ପଲ ପଡ଼ିବା ଆରମ୍ଭ ହୋଇପାରେ ।
୨. ଆଙ୍ଗୁଠି ସହିତ ଏକ୍ସରସାଇଜ୍

ଅଳ୍ପ ସମୟ ପାଇଁ ଗାଲରେ ଡିମ୍ପଲ ପଢିବାକୁ ଥିବା ସ୍ଥାନରେ ଆଙ୍ଗୁଠି ରଖନ୍ତୁ ଏବଂ ତାପରେ ଛାଡି ଦିଅନ୍ତୁ । ଦିନକୁ ଅତି କମରେ ୮ ରୁ ୧୦ ଥର ଏହି ପ୍ରକ୍ରିୟା କରନ୍ତୁ । ତେବେ ଗାଲକୁ ଅଧିକ ଜୋରରେ ନୁହେଁ ବରଂ ହାଲୁକା ହାତରେ ଦବାଇବା ପାଇଁ ଚେଷ୍ଟା କରନ୍ତୁ ।

୩. ମନଖୋଲା ହସିବା
ଯେଉଁଠାରେ ତୁମର ଗାଲରେ ଡିମ୍ପଲ୍ ପଡେ, ତେବେ ସେଠାରେ ଆଙ୍ଗୁଠି ରଖି ମନଖୋଲା ହସ । ଏପରି କରିବା ଦ୍ୱାରା ଆପଣଙ୍କୁ ଅନେକ ଲାଭ ମିଳିବ ।

Get real time updates directly on you device, subscribe now.