CHARIDHAM

ଆଶା କର୍ମୀଙ୍କୁ ଏସ୍‌ସିବି ମହିଳା ଡାକ୍ତରଙ୍କ ମାଡ ମରିବା ଘଟଣା, ଥାନାରେ ପହଞ୍ଚିଲା ମାମଲା

କଟକ (ଭାସ୍କର ନ୍ୟୁଜ୍‌): ଜଣେ ଆଶା କର୍ମୀଙ୍କୁ ଏସସିବି ମହିଳା ଡାକ୍ତରଙ୍କ ମାଡ ଘଟଣାକୁ ନେଇ ସଂପୃକ୍ତ ଆଶା କର୍ମୀ ଡାକ୍ତରଙ୍କ ବିରୋଧରେ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଛନ୍ତିା ପୁରୀ ଜିଲ୍ଲାର ବ୍ରହ୍ମଗିରି କାଶିଝିରିଆ ଗ୍ରାମର ଆଶାକର୍ମୀ ବାସନ୍ତି ପଲେଇଙ୍କ ପକ୍ଷରୁ ଏପରି ଅଭିଯୋଗ କରାଯାଇଛି । ସେ ଦର୍ଶାଇଛନ୍ତି ଯେ ଜଣେ ମହିଳା ରୋଗୀଙ୍କୁ ସେ ପ୍ରଥମେ ପୁରୀ ଜିଲ୍ଲା ବ୍ରହ୍ମଗିରିର ରେବଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ନିମନ୍ତେ ଆଣିଥିଲେ । ତେବେ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ସେ ତାଙ୍କୁ କଟକ ଏସସିବି ମେଡିକାଲର ସ୍ତ୍ରୀ ଏବଂ ପ୍ରସୂତି ବିଭାଗକୁ ଚିକିତ୍ସା ପାଇଁ ଆଣିଥିଲେ। ରୋଗୀଙ୍କ ରକ୍ତ ସମସ୍ୟାକୁ ନେଇ ସେ ଡାକ୍ତରଙ୍କ ସହ କଥାବାର୍ତ୍ତା ହେଉଥିବାବେଳେ ମହିଳା ଡାକ୍ତର ପ୍ରିୟଦର୍ଶିନୀ ସିଂ ଆଶା କର୍ମୀଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ମାଡ ମାରିଥିଲେ ବୋଲି ଅଭିଯୋଗ କରାଯାଇଛିା