fbpx

ଏହି ୫ଟି ଜିନିଷ ଅତ୍ୟଧିକ ଖାଉଥିଲେ ହୋଇଯାଆନ୍ତୁ ସାବଧାନ, ଦୁର୍ବଳ ହୋଇପାରେ ହାଡ଼!

ଆମ ଶରୀରରେ କ୍ୟାଲସିୟମ ଅଭାବ ହେଲେ ହାଡ଼ ଦୁର୍ବଳ ହୋଇଯାଇଥାଏ। କିନ୍ତୁ ଆମେ ନୀତି ଦିନ ଖାଉଥିବା ଖାଦ୍ୟ ଉପରେ ମଧ୍ୟ ନଜର ରଖିବାକୁ ପଡିଥାଏ। ଏହି ୫ଟି ଜିନିଷ ଅଧିକ ଖାଉଥିଲେ ହାଡ଼ ଦୁର୍ବଳ ହେବାର ସମ୍ଭାବନା ରହିଥାଏ। ତେବେ ଆସନ୍ତୁ ଜାଣିବା କେଉଁ ଜିନିଷ ଅତ୍ୟଧିକ ଖାଇଲେ ହାଡ଼ ଦୁର୍ବଳ ହୋଇଯାଇଥାଏ।

ଅଧିକ ମାତ୍ରାରେ ଲୁଣ ଖାଇବା ଦ୍ୱାରା ହାଡ଼ ଦୁର୍ବଳ ହୋଇଯାଏ। ଲୁଣରେ ଥିବା ସୋଡିୟମ୍‌  ଶରୀରରୁ କ୍ୟାଲ୍‌ସିୟମ୍‌କୁ ପରିସ୍ରା  ମାଧ୍ୟମରେ ଶରୀରରୁ ବାହାର କରିଦିଏ।

ଅତ୍ୟଧିକ ଚକଲେଟ ଖାଇଲେ ଶରୀରରେ ସୁଗାର୍ ଏବଂ ଓକ୍ସଲେଟ୍‌ର ମାତ୍ରା ବଢ଼ିଥାଏ। ଯାହା ଶରୀରରୁ କ୍ୟାଲ୍‌ସିୟମ୍‌କୁ ଶୋଷଣ କରିଥାଏ ।

ମଦ ପିଇବା ଦ୍ୱାରା ମଧ୍ୟ ଶରୀରରେ କ୍ୟାଲ୍‌ସିୟମ୍‌ର ମାତ୍ରା ହ୍ରାସ ପାଇଥାଏ।

ଚାହା ଏବଂ କଫି ଅଧିକ ମାତ୍ରାରେ ପିଇଲେ ମଧ୍ୟ ହାଡ଼ ଦୁର୍ବଳ ହୋଇଥାଏ।

ଅଧିକ ଥଣ୍ଡା ପାଣି ପିଇଲେ ମଧ୍ୟ ହାଡ଼ ଉପରେ ପ୍ରଭାବ ପଡିଥାଏ।

 

Get real time updates directly on you device, subscribe now.