fbpx

୧୮ ଲକ୍ଷ ମୋବାଇଲ୍ ନମ୍ବର ହେବ ବନ୍ଦ! ଟେଲିକମ୍ କମ୍ପାନୀଗୁଡିକୁ DoTର ନିର୍ଦ୍ଦେଶ

ନୂଆଦିଲ୍ଲୀ: ଟେଲିକମ୍ କମ୍ପାନୀଗୁଡିକ ୧୮ ଲକ୍ଷ ମୋବାଇଲ୍ ନମ୍ବର ବନ୍ଦ କରିବାକୁ ଯାଉଛନ୍ତି । ସାଇବର ଅପରାଧ ଏବଂ ଅନଲାଇନ୍ ଠକେଇ ଉପରେ ସରକାର ନେଇଥିବା ଏହା ସବୁଠାରୁ ବଡ କାର୍ଯ୍ୟ ହୋଇପାରେ । ନିକଟରେ, ଟେଲି ଯୋଗାଯୋଗ ବିଭାଗ (ଡିଓଟି) ୨୮ ହଜାରରୁ ଅଧିକ ମୋବାଇଲ୍ ହ୍ୟାଣ୍ଡସେଟକୁ ସଂଯୋଗ ବିଚ୍ଛିନ୍ନ କରିବାକୁ ନିର୍ଦ୍ଦେଶ ଜାରି କରିଥିଲା ।

ଏହି ମୋବାଇଲ୍ ହ୍ୟାଣ୍ଡସେଟଗୁଡିକ ସାଇବର ଅପରାଧ ପାଇଁ ବ୍ୟବହୃତ ହେଉଥିଲା । ବର୍ତ୍ତମାନ ଏହି ମୋବାଇଲ୍ ହ୍ୟାଣ୍ଡସେଟରେ ବ୍ୟବହୃତ ମୋବାଇଲ୍ ନମ୍ବରକୁ ଅବରୋଧ କରିବାକୁ ସରକାର ଟେଲିକମ୍ କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

୧୮ ଲକ୍ଷ ମୋବାଇଲ୍ ନମ୍ବର ହେବ ବ୍ଲକ୍ :-

ରିପୋର୍ଟ ଅନୁଯାୟୀ, ସାଇବର ଅପରାଧ ତଥା ଅନଲାଇନ୍ ଠକେଇକୁ ରୋକିବା ପାଇଁ ସରକାର ସାରା ଦେଶରେ ପ୍ରାୟ ୧୮ ଲକ୍ଷ ମୋବାଇଲ୍ ନମ୍ବରକୁ ବ୍ଲକ୍ କରିବାକୁ ପ୍ରସ୍ତୁତ ହେଉଛନ୍ତି । ବିଭିନ୍ନ ବିଭାଗର ଅନୁସନ୍ଧାନକାରୀ ସଂସ୍ଥା ଏହି ମୋବାଇଲ୍ ନମ୍ବରକୁ ଆର୍ôଥକ ଠକେଇରେ ଜଡିତ ଥିବା ଜାଣିବାକୁ ପାଇଛନ୍ତି । ମେ ୯ ରେ, ଟେଲିକମ୍ ବିଭାଗ ୨୮,୨୨୦ ମୋବାଇଲ୍ ହ୍ୟାଣ୍ଡସେଟକୁ ବ୍ଲକ୍ କରିବାକୁ ଟେଲିକମ୍ ଅପରେଟରମାନଙ୍କୁ ନିର୍ଦ୍ଦେଶ ଦେଇଥିଲା । ଏହା ବ୍ୟତୀତ, ୨ ମିଲିୟନ୍ ଅର୍ଥାତ୍ ପ୍ରାୟ ୨୦ ଲକ୍ଷ ମୋବାଇଲ୍ ନମ୍ବର ପୁନ-ଯାଞ୍ଚ କରିବାକୁ କୁହାଯାଇଥିଲା, ଯାହା ଏହି ମୋବାଇଲ୍ ହ୍ୟାଣ୍ଡସେଟରେ ବ୍ୟବହୃତ ହୋଇଥିଲା ।

ଟେଲିକମ୍ ବିଭାଗର ଅଧିକାରୀମାନେ କହିଛନ୍ତି ଯେ, ୨ ମିଲିୟନ୍ ମୋବାଇଲ୍ ନମ୍ବରର ପ୍ରାୟ ୧୦ ପ୍ରତିଶତ ପୁନ-ଯାଞ୍ଚ କରାଯାଇଛି । ଟେଲିକମ୍ କମ୍ପାନୀଗୁଡ଼ିକୁ ଏହି ସଂଖ୍ୟାଗୁଡିକ ୧୫ ଦିନ ମଧ୍ୟରେ ଯାଞ୍ଚ କରିବାକୁ ପଡିଲା । ଏନସିଆରପି (ନ୍ୟାସନାଲ ସାଇବର କ୍ରାଇମ ରିପୋର୍ଟିଂ ପୋର୍ଟାଲ) ଅନୁଯାୟୀ ୨୦୨୩ ମସିହାରେ ସାଇବର ଠକେଇ ମାଧ୍ୟମରେ ୧୦,୩୧୯ କୋଟି ଟଙ୍କା କ୍ଷତି ହୋଇଛି । ଏହି ସମୟ ମଧ୍ୟରେ, ଏନସିଆରପି ପୋର୍ଟାଲରେ ସାଇବର ଠକେଇର ମୋଟ ୬.୯୪ ଲକ୍ଷ ଅଭିଯୋଗ ପଞ୍ଜିକୃତ ହୋଇଥିଲା ।

Get real time updates directly on you device, subscribe now.