fbpx

ଉଡାଣ ବେଳେ ବିମାନରେ ଫାଟିଲା ମୋବାଇଲ ବ୍ୟାଟେରୀ, ଅଳ୍ପକେ ବର୍ତ୍ତିଲେ ଶହ ଶହ ଯାତ୍ରୀ

ଜୟପୁର: ରାଜସ୍ଥାନର ଉଦୟପୁରରେ ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ବିମାନ । ଯାତ୍ରୀମାନଙ୍କୁ ନେଇ ଉଡାଣ ଆରମ୍ଭ କରିବା ବେଳେ ଏପରି ଅଘଟଣ ଘଟିବ କଥା ସାମ୍ନାକୁ ଆସିଛି। ଏୟାର ଇଣ୍ଡିଆ ବିମାନକୁ ଜରୁରୀ କାଳୀନ ଅବତରଣ କରିବାକୁ ପଡିଲା । ବିମାନଟି ଉଡାଣ ଆରମ୍ଭ କରିବା ପରେ ଏହା ଭିତରେ ଜଣେ ଯାତ୍ରୀଙ୍କ ମୋବାଇଲ ଫାଟି ବିସ୍ପୋରଣ ହୋଇଥିଲା । ତେବେ ବିମାନକୁ ତୁରନ୍ତ ଅବତରଣ କରିବା ଫଳରେ ଅଳ୍ପକେ ବଞ୍ଚିଗଲା ଶହ ଶହ ଯାତ୍ରୀଙ୍କ ଜୀବନ ।

ସୂଚନା ଅନୁସାରେ ଦୁର୍ଘଟଣାଟି ଏୟାର ଇଣ୍ଡିଆ ବିମାନ ନଂ-୪୭୦ରେ ଘଟିଛି । ବିମାନଟି ଅପରାହ୍ନ ୧ରେ ଉଦୟପୁରରୁ ଦିଲ୍ଲୀ ଯିବା ପାଇଁ ଉଡାଣ ଆରମ୍ଭ କରିଥିଲା । ତେବେ ବିମାନ ଉଡାଣ କରିବାର କିଛି ସମୟ ପରେ ଜଣେ ଯାତ୍ରୀଙ୍କ ମୋବାଇଲ ଫୋନ ଫାଟି ବିସ୍ପୋରଣ ହୋଇଥିଲା । ସେହି ସମୟରେ ବିମାନରେ ପ୍ରାୟ ୧୪୦ ଜଣ ଯାତ୍ରୀ ଥିଲେ । ଫୋନ ବ୍ୟାଟେରୀ ବିସ୍ପୋରଣ ଏତେ ଯୋରରେ ହୋଇଥିଲା ଯେ, ବିମାନ ଭିତରେ ଥିବା ଯାତ୍ରୀମାନେ ଭୟବିତ ହୋଇଯାଇଥିଲେ ।

ବିମାନରେ ଥିବା କ୍ରୁ ମେମ୍ବରମାନେ ଯାତ୍ରୀମାନଙ୍କୁ ଯାଞ୍ଚ କରିବା ପରେ ବିମାନକୁ ଉଦୟପୁରର ଡବୋକ ଏୟାରପୋର୍ଟରେ ଜରୁରୀ କାଳୀନ ଅବତରଣ କରାଯାଇଥିଲା । ପରେ ବିମାନର ବୈଷୟିକ ଯାଞ୍ଚ କରାଯାଇଥିଲା । ତେବେ ୪୦ମିନିଟ୍ ପରେ ସବୁ କିଛି ଠିକ ହେବା ପରେ ବିମାନଟି ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲା।

Get real time updates directly on you device, subscribe now.