୨୪ ଘଣ୍ଟାରେ ଭୂମିକମ୍ପର ୩ଟି ଝଟକା, ରିକ୍ଟର ସ୍କେଲରେ ମପାଗଲା ଏତେ ତୀବ୍ରତା
ଭୂମିକମ୍ପ ଝଟକା, ମାତ୍ର ୨୪ ଘଣ୍ଟାରେ ୩ ଥର ଦୋହଲାଇଦେଲା ଭୂଇଁ
ନୂଆଦିଲ୍ଲୀ: ଜାତୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର (NCS) କହିଛି ଯେ, ବୁଧବାର ସକାଳ ୭:୦୩ ସମୟରେ ଆଣ୍ଡାମାନ ସାଗରରେ ୫.୪ ତୀବ୍ରତାର ଭୂମିକମ୍ପ ହୋଇଥିଲା।
ଏହା ପୂର୍ବରୁ, ସକାଳ ୧:୪୩ ସମୟରେ ୪.୨ ତୀବ୍ରତାର ଭୂମିକମ୍ପ ହୋଇଥିଲା। USGS ଅନୁଯାୟୀ, ଏହି ଭୂମିକମ୍ପ ପୋର୍ଟ ବ୍ଲେୟାରରେ ହୋଇଥିଲା ଏବଂ ଏହାର ଗଭୀରତା ୨୭୦ କିଲୋମିଟର ଥିଲା।
ଏହା ପୂର୍ବରୁ, NCS ବୁଧବାର ଦିନ ରାତି 1ଟାରେ ହୋଇଥିବା ଭୂମିକମ୍ପ ବିଷୟରେ X ରେ ଏକ ପୋଷ୍ଟରେ କହିଥିଲା, “ଭାରତୀୟ ସମୟ 01:43:50 ରେ ଭୂମିକମ୍ପ ହୋଇଥିଲା।
ଏହାର କେନ୍ଦ୍ରସ୍ଥଳ ସମୁଦ୍ର ପୃଷ୍ଠରୁ ପ୍ରାୟ 20 କିଲୋମିଟର ତଳେ ଥିଲା।” ଭୂମିକମ୍ପ ଯୋଗୁଁ କୌଣସି ମୃତାହତ କିମ୍ବା ସମ୍ପତ୍ତି କ୍ଷତିର ତୁରନ୍ତ କୌଣସି ରିପୋର୍ଟ ଆସି ନାହିଁ।
୨୪ ଘଣ୍ଟା ମଧ୍ୟରେ ତିନିଥର ଭୂମିକମ୍ପ: ମଙ୍ଗଳବାର ଠାରୁ ବୁଧବାର ସକାଳ ପର୍ଯ୍ୟନ୍ତ ଆଣ୍ଡାମାନ ସାଗରରେ ତିନୋଟି ଭୂମିକମ୍ପ ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ମଙ୍ଗଳବାର ଅପରାହ୍ନ ୩:୪୭ ସମୟରେ ୫.୨ ତୀବ୍ରତାର ପ୍ରଥମ ଭୂମିକମ୍ପ ହୋଇଥିଲା।
ଦ୍ୱିତୀୟ ଭୂମିକମ୍ପ ବୁଧବାର ରାତି ୧:୪୩ ସମୟରେ ହୋଇଥିଲା ଏବଂ ତୃତୀୟ ଭୂମିକମ୍ପ ସକାଳ ୭:୦୩ ସମୟରେ ହୋଇଥିଲା ଯାହାର ତୀବ୍ରତା ୫.୪ ମାପ କରାଯାଇଛି।