ଭୂମିକମ୍ପ ଝଟକାରେ କମ୍ପି ଉଠିଲା ଭୂଇଁ, ଭୟରେ ଘରୁ ପଦାକୁ ପଳାଇ ଆସିଲେ ଲୋକେ
ପୁଣିଥରେ ଭୂମିକମ୍ପ ଝଟକା, ଜାଣନ୍ତୁ କେତେ ରହିଛି ତୀବ୍ରତା
ନୂଆଦିଲ୍ଲୀ: ଆମେରିକାର ଲସ ଆଞ୍ଜେଲ୍ସରେ ମଙ୍ଗଳବାର ଦିନ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଏହି କାରଣରୁ ଲୋକେ ଭୟଭୀତ ହୋଇଛନ୍ତି। ଏହି ଭୂମିକମ୍ପର ତୀବ୍ରତା ୩.୪ ତୀବ୍ରତା ରହିଛି। ଅନ୍ୟ କେତେକ ଅଞ୍ଚଳରେ ହାଲୁକା ଭୂମିକମ୍ପ ଅନୁଭୂତ ହୋଇଛି।
ସୂଚନାନୁଯାୟୀ, ଏହି ଭୂମିକମ୍ପର ଝଟକା ହାଲୁକା ରହିଥିଲା। ଏହି କାରଣ ପାଇଁ କୌଣସି କ୍ଷୟକ୍ଷତି ଘଟିବାର ଖବର ଆସିନାହିଁ। ଗୋଟିଏ ମାସରେ ଅନେକ ସ୍ଥାନରେ ଭୂମିକମ୍ପ ହୋଇସାରିଛି।
ଏହି ଭୂମିକମ୍ପରେ ଲୋକେ ଭୟଭୀତ ହୋଇ ନିଜ ଘରୁ ପଦାକୁ ଦୌଡ଼ିଥିଲେ। କିନ୍ତୁ ଅଳ୍ପ ସମୟ ପରେ କମ୍ପନ ଥମିଯାଇଥିଲା।