fbpx

ହୁମା କୁରେଶି ଓ କପିଲ ଶର୍ମାଙ୍କୁ ଇଡିର ସମନ, ମହାଦେବ ବେଟିଙ୍ଗ ଆପ ମାମଲାରେ ଫିସଲେ କଳାକାର

ନୂଆଦିଲ୍ଲୀ : ଏବେ ଦେଶ ବ୍ୟପି ଇଡି ତାହାର କାରବାର ଆରମ୍ଭ କରିଛି । ଇଡିର ଯାଞ୍ଚ ପକ୍ରିୟାରେ ଏବେ ସାମ୍ନାକୁ ଆସିଛି ବଲିଉଡ ଅଭିନେତା ରଣବୀର କପୁରଙ୍କ ନାମ । ଏହା ପରେ ଯାଞ୍ଚ ଏଜେନ୍ସି ଗୁରୁବାର ଦିନ କମେଡି କିଙ୍ଗ କପିଲ ଶର୍ମା ଏବଂ ଅଭିନେତ୍ରୀ ହୁମା କୁରେଶିଙ୍କ ନାମ ମଧ୍ୟ ସାମ୍ନାକୁ ଆସିଛି । ଇଡି ସନ୍ଦେହ କରୁଛି ଏହି ବେଟିଙ୍ଗ ଆପ ମାଧ୍ୟରେ କଳାକାର ମାନଙ୍କୁ ମଧ୍ୟ ଟଙ୍କା ଦିଆଯାଇଛି ।

ରଣବୀର କପୁରଙ୍କ ପରେ ଏବେ କପିଲ ଶର୍ମା ଏବଂ ହୁମା କୁରେସିଙ୍କୁ ଇଡି ସମନ ଜାରି କରିଛି । ଏବେ ପର୍ଯ୍ୟନ୍ତ ଇଡିର ଯାଞ୍ଚ ପକ୍ରିୟାରେ ଆତିଫ ଅସଲମ,ରାହତ ଫତେହି ଅଲି ଖାନ, ଅଲି ଅଜଗର, ବିଶାଲ ଡଡଲାନୀ, ଟାଇଗର ଶ୍ରଫ,ପୁଲକିତ, କିର୍ତ୍ତି ଖରବଂଦା,ନୁସରତ ଭରୂଚା ଏବଂ କୃଷ୍ଣ ଅଭିସେକଙ୍କ ନା ସାମ୍ନାକୁ ଆସିଛି । ଇଡି ସେପ୍ଟେମ୍ବର ମାସରେ ମହାଦେବ ଅନଲାଇନ ଲଟେରୀ ଆପ ମାମଲା ଯାଞ୍ଚରେ ଭୋପାଳ, ମୁମ୍ବାଇ ସମେତ ଅନେକ ଦେଶରେ ତଦନ୍ତ କରିବା ପରେ ୪୧୭ କୋଟି ଟଙ୍କା ଫର୍ଜି ହୋଇଥିବା କଥା ସାମ୍ନାକୁ ଆସିଥିଲା । ଛତିଶଗଡର ସୌରଭ ଚନ୍ଦ୍ରାକର ଏବଂ ରବି ଉପ୍ପଲ ଏହି କମ୍ପାନୀର ମୁଖ୍ୟ ଥିଲେ, ଏବଂ ଏହାକୁ ଦୁବାଇରୁ ସଞ୍ଚାଳନ କରୁଥିଲେ ।

Get real time updates directly on you device, subscribe now.