fbpx

ବେପରୁଆ ଭାବେ ରାସ୍ତାରେ ପଡିଛି ୮ କୋଟି ଟଙ୍କାର ‘କୋଭାକ୍ସିନ୍’

ମଧ୍ୟପ୍ରଦେଶ ୧ ।୫ (ଓଡ଼ିଶା ଭାସ୍କର) : ଦେଶରେ କରୋନା ସଂକ୍ରମଣ ଲଗାତର ବଢିବାରେ ଲାଗିଛି । ସଂକ୍ରମଣକୁ ରୋକିବା ପାଇଁ ଟିକାକରଣ ପାଇଁ ସରକାରଙ୍କ ତରଫରୁ ଘୋଷଣା କରାଯାଇଛି । ଦେଶରେ ଭ୍ୟାକସିନ୍ ସମସ୍ୟା ଦେଖା ଯାଉଥିବା ବେଳେ ଏହାର ଟ୍ରାନ୍ସପୋର୍ଟରେ ଅନୀୟମିତତା ଦେଖା ଯାଇଛି । ମଧ୍ୟପ୍ରଦେଶର ନରସିଂହପୁର କରେଲି ବସଷ୍ଟାଣ୍ଡ ପାଖରେ ଏକ କଣ୍ଟେନର ରାସ୍ତା କଡରେ ବେପରୁଆ ଭାବେ ଛିଡା ହୋଇଥିବା ଦେଖିବାକୁ ମିଳିଛି । ଯେଉଁ ଟ୍ରକରେ ୨ଲକ୍ଷ ୪୦ ହଜାର କରୋନା ଭ୍ୟାକସିନର ଡୋଜ ରଖା ହୋଇଛି । ସୂଚନା ଅନୁସାରେ ଏକ ଟ୍ରକ ଚାଲୁ ରହିଥିବା ଅବସ୍ଥାରେ ବହୁତ ସମୟ ହେବ ରାସ୍ତା କଡରେ ଛିଡା ହୋଇଥିôବା କରେଲି ପୋଲିସକୁ ସୂଚନା ମିଲିଥିଲା । ସୂଚନା ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଦେଖିଥିଲା ଯେ ଟ୍ରକରେ ଡ୍ରାଇଭର କି ହେଲପର୍ କେହି ନଥିଲେ । ଗାଡି କାଗଜପତ୍ର ଯାଞ୍ଚ କରିବା ପରେ ଜଣାପଡିଲା କି ଟ୍ରକଟି ଗୁରୁଗ୍ରାମ ସ୍ଥିତ ଟିସିଆଇ କୋଲ୍ଡ ଚେନ ସାଲ୍ୟୁଶନ୍ କମ୍ପାନିର । ଏହି ଟ୍ରକଟି ଭାରତ ବାୟୋଟିକ କମ୍ପାନିରୁ ୨ଲକ୍ଷ ୪୦ ହଜାର ‘କୋଭାକ୍ସିନ୍’ କୋରାନା ଟିକା ନେଇ ହାଇଦ୍ରାବଦରୁ ପଞ୍ଜାବର କରନାଲ ଯାଉଥିଲା । ଟ୍ରକଟିରେ ୩୬୪ଟି ବକ୍ସରେ କୋଭାକ୍ସିନ୍ ଟିକା ରଖାଯାଇଥିଲା । ଯାହାର ମୂଲ୍ୟ ୮ କୋଟି ବୋଲି ଅନୁମାନ କରାଯାଉଛି । ଏହାସହ ପୋଲିସ କମ୍ପାନି ଅଧିକାରୀଙ୍କ ସହ ସମ୍ପର୍କ କରି ଟ୍ରକ ଡ୍ରାଇଭରର ମୋବାଇଲ ନମ୍ବରେ ଲୋକେସନ୍ ଟ୍ରାକ କରାଯାଇଥିଲା । ତେବେ ଗାଡି ଥିôବା ସ୍ଥାନରୁ ୧୫ କିଲୋମିଟର ଦୂରେରେ ନରସିଂହପୁର ବାଇପାସ ନିକଟରେ ଥିବା ଫୋରଲେନ ବୁଦା ପାଖରୁ ଫୋନଟି ପୋଲିସକୁ ମିଳିଥିଲା । ବର୍ତ୍ତମାନ ଯାଏ କଣ୍ଟେନର ଡ୍ରାଇଭର ଓ ହେଲପରର ପତ୍ତା ମିଳିପାରି ନାହିଁ ।

Get real time updates directly on you device, subscribe now.